fbpx

(ଭିଡିଓ)ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁପଡ଼ିଥିଲେ ଯୁବତୀ: ମେଡିକାଲରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଗୁରୁବାର ଦିନ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ମେଟ୍ରୋ ଷ୍ଟେସନର୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦ ଫୁଟକୁ ତଳକୁ ଡେଇଁ ପଡିଛନ୍ତି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ସିଆଇଏସଏଫ ଯବାନ ଓ ପୋଲିସ ମିଶି ଯୁବତୀଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହି ଭିଡିଓକୁ ସିଆଇଏସଫର ଅଫିସିଆଲ ଟ୍ୱିଟର ସାଇଟରେ ସେୟାର କରାଯାଇଛି, ଯେଉଁଥିରେ ୨୫ ବର୍ଷୀୟ ଜଣେ ଯୁବତୀ ମେଟ୍ରୋ ଷ୍ଟେସନ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଅବଶ୍ୟ ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମ କରି ଜଣେ ମହିଳା ପ୍ଲାଟଫର୍ମର ଉପରକୁ ଚଢି ଯାଇଥିଲେ । ଏହି ସମୟରେ ତାଙ୍କୁ ସୁରକ୍ଷିତ ବଞ୍ଚାଇବା ପାଇଁ ଉପରେ ନିୟୋଜିତ ହୋଇଥିବା ସିଆଇଏସଏଫ୍ ଯବାନ ଉଦ୍ୟମ କରିଥିଲେ । ଯବାନମାନେ ବୁଝାସୁଜା କରିବା ବେଳେ କିଛି ନ ବିଚାରି ହଠାତ ମହିଳା ଜଣକ ୫୦ ଫୁଟ ଉଚ୍ଚରୁ ଡେଇଁ ପଡିଥିଲେ । କିନ୍ତୁ ସେତେବେଳକୁ ୱୟାରଲେସ ଫୋନ ମାଧ୍ୟମରେ ମହିଳାଙ୍କୁ ଜୀବନରକ୍ଷା ପାଇଁ ସଜାଗ ହୋଇସାରିଥିଲେ ଯବାନ । ଅନ୍ୟ ସାଥୀମାନେ କମ୍ବଳର ଯୋଗାଡ କରି ମହିଳାଙ୍କୁ ଧରିବା ପାଇଁ ତଳେ ପ୍ରସ୍ତୁତ ରହିଥିଲେ । ମହିଳା ଜଣକ ଛାତରୁ ପଡିବା ପୂର୍ବରୁ କମ୍ବଳ ସାହାଯ୍ୟରେ ତାଙ୍କୁ ଧରି ପକାଇଥିଲେ ଯବାନ ।

ତେବେ ୫୦ ପୁଟ ଉଚ୍ଚରୁ ପଡିବାରୁ ମହିଳାଙ୍କ ଦେହରେ ଏବଂ ଗୋଡରେ ଆଘାତ ଲାଗିଥିଲା । ଉପରୁ ଡେଇଁବା ପରେ ଯୁବତୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାତିରେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସରୁ ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣକ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ସେ ଗୁରୁଗ୍ରାମରେ ଚାକିରି କରୁଥିଲେ । ଯୁବତୀ ମୁକ-ବଧିର ଥିବାବେଳେ ତାଙ୍କ ମାତା-ପିତା ବି ମୁକବଧିର ଥିବା ଜଣାପଡିଛି । କେଉଁ କାରଣରୁ ସେ ଆହତ୍ମତ୍ୟା କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।

Get real time updates directly on you device, subscribe now.