CHARIDHAM

ନିଜ ଉପରେ ପୋଟ୍ରୋଲ ଢାଳି ଗାର୍ଲପ୍ରେଣ୍ଡକୁ ଡରାଉଥିଲେ ଏହି ପୋଲିସକର୍ମୀ, ପ୍ରେମିକା ଦିଆସିଲି ଜଳାଇ ଲଗାଇଦେଲା ନିଆଁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ କନଷ୍ଟେବଳଙ୍କୁ ତାଙ୍କ ପ୍ରେମିକା ନିଆଁ ଲଗାଇ ଦେଇଛି। ଗୁରୁବାର ଦିନ ପୋଲିସ କହିଛି ଯେ, ଆହତ ପୋଲିସ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି। ମୃତକଙ୍କ ନାମ ସଞ୍ଜୟ ବୋଲି ଜଣାପଡିଛି ଏବଂ ହୋମଗାର୍ଡ ରାନୀଙ୍କ ସହ ସମ୍ପର୍କ ରଖିଥିଲେ। ଉଭୟ ବେଙ୍ଗାଲୁରୁର ବାସଭାନାଗୁଡି ପୋଲିସ ଷ୍ଟେସନରେ କାମ କରୁଥିଲେ।

ନିକଟରେ ରାନୀ ସଞ୍ଜୟଙ୍କଠାରୁ ଦୂରରେ ରହିବା ଆରମ୍ଭ କରିଥିଲେ। ସଞ୍ଜୟ ତାଙ୍କ ଚାଟ୍ ଦେଖି ଅନ୍ୟ ଜଣଙ୍କୁ କଲ୍ କରିଥିଲେ। ବୁଧବାର ଦିନ ଯେତେବେଳେ ସଞ୍ଜୟ ରାନୀଙ୍କୁ ମନାଇବା ପାଇଁ ଯାଇଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ହାତରେ ପେଟ୍ରୋଲ ଧରି ସଞ୍ଜୟ ଯଦି ପୁନଃ ସମନ୍ୱୟ କରିବାକୁ ମନା କରନ୍ତି ତେବେ ନିଜକୁ ନିଆଁ ଲଗାଇଦେବାକୁ ଧମକ ଦେଇଛନ୍ତି। ତା’ପରେ ସେ ନିଜ ଉପରେ ପେଟ୍ରୋଲ ଢ଼ାଳିଲେ। ସେହି ସମୟରେ ରାନୀ ଏକ ଦିଆସିଲି ଜାଳି ନିଆଁ ଲଗାଇ ଦେଇଥିଲେ। ପରେ ପରିସ୍ଥିତି ଗୁରୁତର ହୋଇଥିବାର ଦେଖି ରାନୀ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ସଞ୍ଜୟଙ୍କୁ ବାଇକରେ ଭିକ୍ଟୋରିଆ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଗୁରୁବାର ସକାଳେ ସଞ୍ଜୟଙ୍କର ମୃତ୍ୟୁ ହୋଇଥିଲା।

ସଞ୍ଜୟଙ୍କ ପରିବାର କହିଛନ୍ତି ଯେ, ରାନୀ ତାଙ୍କୁ ସୁଚିନ୍ତିତ ଭାବେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ, ନିଜର ଏକ ପରିବାର ଥାଇ ମଧ୍ୟ ସଞ୍ଜୟ ରାନୀଙ୍କ ସହ ସମ୍ପର୍କ ରଖିଥିଲେ। ପୁଟେନାହାଲ୍ଲୀ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।