ଟଙ୍କା ଦେଲେ ମିଳୁଛି ସୁନ୍ଦରୀ ସ୍ତ୍ରୀ! ଯେତିକି ଦିନ ଚାହିଁବ ସେତିକି ଦିନ ରହିବ, ଆଉ ତା’ ପରେ…
ସ୍ତ୍ରୀ ଖୋଜିବା ଟେନସନ ଆଉ ରହିବ ନାହିଁ । ଟଙ୍କା ଦେଇ ମନମୁତାବକ ସ୍ତ୍ରୀ ନେଇଯାଅ ।
ଓଡ଼ିଶା ଭାସ୍କର: ବିଶ୍ୱର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ପରମ୍ପରା ମାନ ରହିଛି । ଯାହା ଅନେକ ସମୟରେ ଅଜବ ବା ବିଚିତ୍ର ଲାଗିଥାଏ । ବାହାଘରକୁ ନେଇ ଅନେକ ସମୟରେ ଭିନ୍ନ ଧରଣର ରୀତିନୀତି ଦେଖିବାକୁ ମିଳୁଥିବାବେଳେ ଜନ୍ମ ଏବଂ ମୃତ୍ୟୁ ପରର ନୀତିରେ ଭିନ୍ନତା ଦେଖିବାକୁ ମିଳେ ।
ଇଣ୍ଡୋନେସିଆରେ ବିବାହକୁ ନେଇ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି । ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ ନିଶ୍ଚୟ । ସାଉଥ୍ ଚାଇନା ମର୍ନିଂରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଇଣ୍ଡୋନେସିଆରେ ଟୁରିଷ୍ଟମାନଙ୍କ ପାଇଁ ଏକ ସାନଦାର ଅଫର ଉପଲବ୍ଧ ରହିଛି । ଯାହା ସେମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସୁଖ ଦେବ ।
ଏଜେନ୍ସି ଦେଉଛି ସ୍ତ୍ରୀ: ଇଣ୍ଡୋନେସିଆ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଇଣ୍ଡୋନେସିଆର ପନକକ୍ ଗ୍ରାମରେ ମିଳୁଛି ସୁନ୍ଦର ସ୍ତ୍ରୀ । ମଧ୍ୟପୂର୍ବ ଅଞ୍ଚଳର ପର୍ଯ୍ୟଟକ ଇଣ୍ଡୋନେସିଆ ବୁଲିବାକୁ ଆସନ୍ତି । ସେମାନଙ୍କୁ କିଛି ଦିନ ପାଇଁ ସ୍ତ୍ରୀ ଯୋଗାଇବା ସୁବିଧା ରହିଛି ।
ଏଠାରେ କମ୍ ସମୟ ପାଇଁ ପର୍ଯ୍ୟଟକଙ୍କୁ ସ୍ତ୍ରୀ ଯୋଗାଇ ଦିଆଯାଉଛି । ଏହାକୁ ଆମେ କଣ୍ଟ୍ରାକ୍ଟ ମ୍ୟାରେଜ୍ ମଧ୍ୟ କହିପାରିବା । ଇଣ୍ଡୋନେସିଆର କୋଟାବଙ୍ଗା ନାମକ ପାହାଡ଼ି ରିସୋର୍ଟରେ ଟୁରିଷ୍ଟଙ୍କୁ ଏଜେନ୍ସି ଜରିଆରେ ସ୍ତ୍ରୀ ଯୋଗାଇଦିଆଯାଉଛି ।
ଖୋଲାଖୋଲି ବ୍ୟବସାୟ: ସର୍ଟ ଟର୍ମ ବିବାହ କରାଉଥିବା ଏଜେନ୍ସି ସ୍ତ୍ରୀମାନଙ୍କ ଟଙ୍କାର ଅଧା ଟଙ୍କା ନେଇଥାନ୍ତି । ଝିଅମାନଙ୍କୁ କେବଳ ଅଧା ମୂଲ୍ୟ ହିଁ ମିଳେ । ସ୍ତ୍ରୀ କରିବା ପାଇଁ ୪୦,୦୦୦ରୁ ୮୦,୦୦୦ ଟଙ୍କା ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଛି । ସେହିପରି ବାହାଘର ପାଇଁ ୧୫,୦୦୦ରୁ ୨୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏଠାରେ ସମ୍ପର୍କ ଏକ ବ୍ୟବସାୟ ପାଲଟିଯାଇଛି । ଯେଉଁଠାରେ ଟଙ୍କା ଏବଂ ସମୟକୁ ହିଁ ଗୁରୁତ୍ୱ ଦିଆଯାଉଛି ।