fbpx

ଏଭଳି ପୁଅମାନଙ୍କୁ ବିଲକୁଲ ପସନ୍ଦ କରନ୍ତିନି ଯୁବତୀ, ଏବେଠାରୁ ସୁଧୁରି ଯାଅ

ବିପରୀତ ଜିନିଷ ପରସ୍ପରକୁ ଆକର୍ଷିତ କରିଥାଏ ବୋଲି ତ ସମସ୍ତେ ଜାଣନ୍ତି । ପୁରୁଷ ଓ ମହିଳାମାନଙ୍କୁ ପରସ୍ପରର ଏପରି କିଛି ଜିନିଷ ପସନ୍ଦ ଆସିଥାଏ, କିନ୍ତୁ ଏପରି କିଛି ଅଛି ଯାହା ଝିଅମାନଙ୍କୁ ଆଦୌ ପସନ୍ଦ ଆସିନଥାଏ । ସମସ୍ତଙ୍କ ପାଖରେ କିଛି ଭଲ ଗୁଣ ସହିତ କିଛି ଖରାପ ଗୁଣ ମଧ୍ୟ ରହିଥାଏ । ମହିଳାମାନେ ପୁରୁଷମାନଙ୍କ ସମସ୍ତ ଗୁଣକୁ ନୋଟିସ୍ କରିଥାନ୍ତି । ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ପୁରୁଷମାନଙ୍କର କିଛି ଗୁଣ ବିଲକୁଲ ପସନ୍ଦ ଆସିନଥାଏ ।

ଏହାର ଅର୍ଥ ଏହା ନୁହେଁ କି ଆପଣ କୌଣସି ମହିଳାଙ୍କ ପାଇଁ ନିଜକୁ ପରିବର୍ତ୍ତନ କରନ୍ତୁ । ଆପଣଙ୍କୁ କେବଳ ଏଥିରେ କିଛିଟା ସୁଧାର ଆଣିବାକୁ ପଡିବ । ଏପରି ପରିସ୍ଥିତିରେ ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି, ତେବେ ଏହା ପୂର୍ବରୁ କିଛି ଜିନିଷ ଉପରେ ନଜର ପକାନ୍ତି, ଯାହାଦ୍ୱାରା ଆପଣ ରିଜେକ୍ଟ ହେବାରୁ ବଞ୍ଚିଯିବେ । ତେବେ ଆସନ୍ତୁ ଜାଣିବା କେଉଁଭଳି ପୁରୁଷଙ୍କୁ ବିଲକୁଲ ପସନ୍ଦ କରନ୍ତିନି ମହିଳା…

ନିଜକୁ ମହାନ୍ ଭାବୁଥିବା ପୁରୁଷ

ମହିଳାଙ୍କୁ ଏପରି ପୁଅ ବିଲକୁଲ ପସନ୍ଦ ଆସନ୍ତି ନାହିଁ, ଯେଉଁମାନେ ନିଜକୁ ଉଚ୍ଚ ଓ ମହିଳାଙ୍କୁ ଛୋଟ ଭାବନ୍ତି । ମହିଳାମାନେ ଏପରି ପୁରୁଷମାନଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତି, ଯେଉଁମାନେ ସେମାନଙ୍କୁ ଛୋଟ ଦେଖେଇବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ । ଆଜିକାଲି ସମାଜରେ ପୁରୁଷ ଓ ମହିଳାମାନେ ସମାନ ଭାବେ ଆଗେଇ ଚାଲିଛନ୍ତି । ସେଥିପାଇଁ ଏଭଳି ମନ ଭାବ ଥିଲେ ତୁରନ୍ତ ବଦଳାନ୍ତୁ ।

ହଁ ରେ ହଁ କରୁଥିବା ପୁରୁଷ

ମହିଳାଙ୍କୁ ଏପରି ପୁରୁଷ ପସନ୍ଦ କରନ୍ତି, ଯେଉଁମାନେ ନିଜ ପାଇଁ ଷ୍ଟାଣ୍ଡ ନିଅନ୍ତିି । ଯେଉଁମାନେ ଭୁଲକୁ ଭୁଲ ଓ ଠିକ୍ କୁ ଠିକ୍ କହୁଥିବେ । ଅନେକ ଥର ଝିଅମାନଙ୍କୁ ଆକର୍ଷିତ କରିବାକୁ ପୁରୁଷମାନେ ତାଙ୍କ ହଁରେ ହଁ କରିଦିଅନ୍ତି । ଏପରି କରି ଆପଣ କିଛି ଦିନ ପାଇଁ ଯେକୌଣସି ମହିଳାଙ୍କୁ ଖୁସି କରିପାରିବେ । କିନ୍ତୁ ଏହା ପରେ ସାମ୍ନାରେ ଥିବା ଲୋକଙ୍କୁ ଲାଗିବ କି , ଆପଣଙ୍କର କିଛି ରାୟ ନାହିଁ ଓ ଆପଣ କେବଳ ତାଙ୍କ ହଁ ରେ ହଁ କରୁଛନ୍ତି । ଏପରି ଅଭ୍ୟାସ ବି ବଦଳାନ୍ତୁ ।

ପାର୍ଟନର ଭାବରେ ଛୁଆ

ଆପଣ ବାହାରେ କେତେ ଆକର୍ଷଣ ହୁଅନ୍ତୁ ନା କାହିଁକି, ସେଥିରେ କିଛି ଫରକ୍ ପଡେନାହିଁ । କିନ୍ତୁ ଆପଣଙ୍କ ବୁଦ୍ଧି ପିଲାଙ୍କ ପରି ହୋଇଥିଲେ ମହିଳାଙ୍କୁ ବିଲକୁଲ ପସନ୍ଦ ଆସନଥାଏ । ମହିଳାଙ୍କୁ ପୁରୁଷଙ୍କ ଉପରେ ନିର୍ଭର ରହିବାକୁ ପସନ୍ଦ ନଥାଏ । କିନ୍ତୁ ପାର୍ଟନର ଛୁଆଙ୍କ ପରି କାମ କଲେ, ତାଙ୍କୁ ବିଲକୁଲ ପସନ୍ଦ ଆସିନଥାଏ । ଯଦି ଆପଣ କୌଣସି ଚାକିରି ନକରି ଦିନ ସାରା ଘରେ ବସନ୍ତି, ତେବେ କୌଣସି ମହିଳା ଆପଣଙ୍କୁ ପସନ୍ଦ କରିବେ ନାହିଁ ।

ସବୁବେଳେ ଉପଦେଶ ଦେଉଥିବା ପୁରୁଷ

କେବଳ ମହିଳାଙ୍କୁ ନୁହେଁ, ଏଠାରେ ଅନେକ ପୁରୁଷମାନଙ୍କୁ ମଧ୍ୟ ସେପରି ଝିଅମାନଙ୍କ ପ୍ରତି ଘୃଣା ଭାବନା ଆସିଥାଏ, ଯେଉଁମାନେ ପ୍ରତି ସ୍ଥାନରେ ନିଜର ଜ୍ଞାନ ବାଣ୍ଟିଥାନ୍ତି । ଜୀବନରେ ଏପରି କିଛି ସମୟ ଆସିଥାଏ, ଯେତେବେଳେ ଲୋକମାନେ କୌଣସି ଜିନିଷକୁ ଖାତିର ନକରି କେବଳ ମଜା କରିବାକୁ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ ଯେଉଁ ଲୋକମାନେ ପୁରା ସମୟ କେବଳ ଉପଦେଶ ଦେଇଥାନ୍ତି, ଲୋକମାନେ ତାଙ୍କୁ ଘୃଣା କରନ୍ତି । ଏପରି ପରିସ୍ଥିତିରେ ମହିଳାଙ୍କୁ ବି ଏପରି ପୁଅ ପସନ୍ଦ ଆସିନଥାଏ ।

ଡେମିନେଟିଂ ପୁରୁଷ

କିଛି ପୁରୁଷଙ୍କ ଅଭ୍ୟାସ ଥାଏ କି, ସେମାନେ ଅନ୍ୟମାନଙ୍କୁ ଡୋମିନେଟିଂ କରିବାକୁ ଉଦ୍ୟମ କରନ୍ତି । ଏପରି ଲୋକମାନେ ଚାହାଁନ୍ତି କି, ସେମାନେ ନିଜ ପାର୍ଟନରକୁ ସବୁବେଳେ କଣ୍ଟ୍ରୋଲରେ ରଖିବେ । ଯଦି ଆପଣ ବି ଏପରି କରୁଛନ୍ତି, ତେବେ ଜାଣିରଖନ୍ତୁ କି ଯୁବତୀମାନଙ୍କୁ ଏପରି ପୁଅମାନେ ବିଲକୁଲ ପସନ୍ଦ ଆସନ୍ତି ନାହିଁ । ଆଜିକାଲିର ଝିଅମାନେ ବହୁତ ବୁଦ୍ଧିମାନ ଓ ସେମାନେ ନିଜ ସର୍ତ୍ତରେ ବଞ୍ଚିବାକୁ ଚାହାଁନ୍ତି । ଅନ୍ୟ କାହା ନିୟନ୍ତ୍ରଣରେ ରହିବା ତାଙ୍କୁ ପସନ୍ଦ ଆସିନଥାଏ ।

Get real time updates directly on you device, subscribe now.