fbpx

ପଥର ମାଡର ପ୍ରମାଣ ଦିଅ, ରାଜନୀତି ଛାଡିଦେବି: ପ୍ରିୟଦର୍ଶୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ତାରା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ କର୍ମୀ ପଥର ମାଡ଼ କରିଥିବା ପୁଲିସର ଅଭିଯୋଗ ନେଇ ତାରା ସିପିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଯଦି ସିପି କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କରିଦେଲେ ସେ ରାଜନୀତି ଛାଡ଼ିଦେବି ବୋଲି ତାରା କହିଛନ୍ତି । ତେବେ ଯଦି ସିପି ଏହା ପ୍ରମାଣିତ କରିନପାରିଲେ ତେବେ ସେ ଚାକିରି ଛାଡ଼ିବେ କି ବୋଲି ତାରା ପ୍ରଶ୍ନ କରିଛନ୍ତି ।

ଏହାସହ ତାରା କହିଛନ୍ତି ଯେ,ପୁଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାଡ଼ କରିଛି । କଂଗ୍ରେସ ଭବନରେ ପଶି ପୁଲିସ ମାଡ଼ ମାରିବା ଘଟଣାର ତଦନ୍ତ ହେଉ । କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ସିପି ଅଫିସ ଘେରାଉ କରିବ ବୋଲି ତାରା କହିଛନ୍ତି ।

ସୂଚନା ଅନୂସାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ମମିତା ମେହେରଙ୍କୁ ନ୍ୟାୟ ଦାବି କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଚେଷ୍ଟା କରିବା ସମୟରେ ପୋଲିସ୍ କର୍ମୀ ସେମାନଙ୍କୁ ଅତି ନୃସଂସ ଭାବରେ ଗୋଡାଇ ଗୋଡାଇ ପିଟିଥିଲେ ।

Get real time updates directly on you device, subscribe now.