MLC 2025: ୧୩ ଛକା, ୨ ଚୌକା, ଗ୍ଲେନ ମ୍ୟାକ୍ସୱେଲ ୪୮ଟି ବଲରେ ହାସଲ କଲେ ଦମଦାର ଶତକ
ମ୍ୟାକ୍ସୱେଲଙ୍କ ତଗଡ଼ା ବ୍ୟାଟିଂ, ଶତକ ମାରି ସୃଷ୍ଟି କଲେ ହଇଚଇ
ନୂଆଦିଲ୍ଲୀ: ମେଜର ଲିଗ କ୍ରିକେଟ 2025ର ଅଷ୍ଟମ ମ୍ୟାଚ ୱାଶିଂଟନ ଫ୍ରିଡମ ଏବଂ ଲସ ଆଞ୍ଜେଲସ୍ ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱାଶିଂଟନ ଫ୍ରିଡମର ଅଧିନାୟକ ଗ୍ଲେନ ମ୍ୟାକ୍ସୱେଲଙ୍କ ଧମାକା ଦେଖିବାକୁ ମିଳିଛି।
ବହୁ ସମୟ ପରେ ଫ୍ୟାନ୍ସଙ୍କୁ ମ୍ୟାକ୍ସୱେଲଙ୍କ ଦମଦାର ଇନିଂସ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଆଇପିଏଲ ୨୦୨୫ରେ ଏବଂ ୨୦୨୪ରେ ମ୍ୟାକ୍ସୱେଲ ଖରାପ ଫର୍ମରେ ଥିଲେ। ହେଲେ ବର୍ତ୍ତମାନ ଲଗାତାର ସେ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଉଛନ୍ତି।
ମ୍ୟାକ୍ସୱେଲଙ୍କ ଦମଦାର ଶତକ: ଏହି ମ୍ୟାଚରେ ୱାଶିଂଟନ ଫ୍ରିଡମର ଅଧିନାୟକ ମ୍ୟାକ୍ସୱେଲ ଲସ୍ ଆଞ୍ଜେଲସ ନାଇଟ ରାଇଡର୍ସର ବୋଲରଙ୍କୁ ଧୋଇ ଶତକ ମାରିଛନ୍ତି।
ମ୍ୟାଚରେ ମ୍ୟାକ୍ସୱେଲ ୪୯ ବଲରେ ଅପରାଜିତ ୧୦୬ ରନର ଇନିଂସ ଖେଳିଛନ୍ତି। ନିଜ ଇନିଂସ ସମୟରେ ମ୍ୟାକ୍ସୱେଲ ୧୩ଟି ଛକା ଏବଂ ୨ଟି ଚୌକା ମାରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୧୬.୩୩ ରହିଥିଲା।