ସନ୍ଧ୍ୟା ସମୟରେ ଘରର ଏହି ସ୍ଥାନରେ ଜାଳନ୍ତୁ ଦୀପ, ଧନ ବର୍ଷା କରିଦେବେ ଲକ୍ଷ୍ମୀ!

ଭୁବନେଶ୍ବର: ସନ୍ଧ୍ୟା ସମୟରେ ଦୀପ ଜାଳିବା ଶୁଭ ବୋଲି ବିବେଚନା କରାଯାଇଥାଏ । ଜୋତିର୍ବିଦଙ୍କ କହିବା ଅନୁସାରେ, ସନ୍ଧ୍ୟା ସମୟରେ ଧନର ଦେବୀ ଲକ୍ଷ୍ମୀ ଘରେ ବସବାସ କରିଥାନ୍ତି ।

ଏହା ଦ୍ବାରା ଘରେ କେବେ ଦରିଦ୍ରତା ଆସିବ ନାହିଁ । ତେବେ ଲକ୍ଷ୍ମୀ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଘରର କିଛି ଖାସ୍ ସ୍ଥାନରେ ଦୀପ ଜାଳିବା ଉଚିତ ବୋଲି କୁହାଯାଉଛି ।

ସନ୍ଧ୍ୟା ସମୟରେ ଘରର ଉତ୍ତର ଦିଗରେ ଏକ ପୂର୍ଣ୍ଣ ଦୀପ ଜାଳିବା ଉଚିତ । କୁହାଯାଏ ଏହି ଦିଗରେ କୁବେର ଏବଂ ମାତା ଲକ୍ଷ୍ମୀ ବସବାସ କରନ୍ତି ।

ସେହିପରି ଘରର ମୁଖ୍ୟଦ୍ବାରରେ ମଧ୍ୟ ଦୀପ ଜାଳନ୍ତୁ । କାରଣ ଏହା ଲକ୍ଷ୍ମୀଙ୍କର ଆଗମନ ସ୍ଥାନ ହୋଇଥାଏ । ଆପଣ ଚାହିଁଲେ ଏହି ସ୍ଥାନରେ ରଙ୍ଗୋଲି ମଧ୍ୟ ପକାଇପାରିବେ ।

ଅନ୍ୟପଟେ ଘରେ ଯେଉଁ ସ୍ଥାନରେ ସୁନା ରଖୁଛନ୍ତି, ସେହି ସ୍ଥାନରେ ମଧ୍ୟ ଏକ ଦୀପ ଜାଳିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ ।

ଘରର ତୁଳସୀ ଚଉରା ମୂଳେ ମଧ୍ୟ ଏକ ଦୀପ ଜାଳନ୍ତୁ । ଏଠା ଲକ୍ଷ୍ମୀଙ୍କର ଘର ରହିଥାଏ ।

ସେହିପରି ପାଖରେ ରହିଥିବା ଲକ୍ଷ୍ମୀ ମନ୍ଦିର କିମ୍ବା ଅନ୍ୟ କୌଣସି ମନ୍ଦିରରେ ଦୀପ ଜାଳିବା ଦ୍ବାରା ସବୁ ଦେବାଦେବୀଙ୍କର କୃପାଦୃଷ୍ଟି ପଡିଥାଏ ।