fbpx

ଆଜି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ: ଯଦି ଆପଣ ଗହଣା କିଣିବାକୁ ଚାହୁଁଛନ୍ତି ତାହେଲେ ଉଭୟ ସୁନା ଓ ରୁପା ଦୁଇଟି ଧାତୁର ବଜାର ମୂଲ୍ୟ କେତେ ରହିଛି ସେ ସମ୍ପର୍କରେ ଜାଣି ନେବା ନିହାତି ଜରୁରୀ । ସୋମବାର ସୁନା ମୁଲ୍ୟ ବଢ଼ିଥିବା ବେଳେ ରୁପାର ମୁଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସୁନ ମୁଲ୍ୟ ଆଜି ୦.୩୬ ପ୍ରତିଶତ ବଢ଼ିଛି । ଯାହାଫଳରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୁଲ୍ୟ ବୃଦ୍ଧିପାଇ ୪୮,୪୨୪ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାର ମୁଲ୍ୟ ଆଜି ୦.୦୬ ପ୍ରତିଶତ ହ୍ରାସ ପାଇଛି । ରୁପାର ଦାମ୍ ବର୍ତ୍ତମାନ କିଲୋଗ୍ରାମ ପିଛା ୬୪,୭୭୦ ଟଙ୍କା ହୋଇଯାଇଛି ।

ଗହଣା ତିଆରି କରିବା ପାଇଁ ସାଧାରଣତଃ ୨୨ କ୍ୟାରେଟ୍ ସୁନା ବ୍ୟବହାର ହୋଇଥାଏ । କିଛି ଜଣ ସୁନାର ୧୮ କ୍ୟାରେଟ୍ କୁ ବି ବ୍ୟବହାର କରିଥାନ୍ତି । ତେଣୁ କ୍ୟାରେଟ୍ ହିସାବରେ ହଲ୍ ମାର୍କ ତିଆରି ହୋଇଥାଏ । ୨୪ କ୍ୟାରେଟ୍ ସୁନାରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟ୍ ରେ ୯୫୮, ୨୧ କ୍ୟାରେଟ୍ ରେ ୯୧୬ ଓ ୧୮ କ୍ୟାରେଟ୍ ରେ ୭୫୦ ଲେଖାହୋଇଥାଏ ।

Get real time updates directly on you device, subscribe now.