ଦିୱାଲୀ ପରେ ଶସ୍ତା ହେବାରେ ଲାଗିଛି ସୁନା, ଜାଣନ୍ତୁ ୧୦ ଗ୍ରାମ କେତେ ଅଛି ରେଟ୍

ନୂଆଦିଲ୍ଲୀ: ଦିୱାଲୀ ପର୍ବ ଶେଷ ହେବା ପରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଆଜି ନଭେମ୍ବର ୪ ସୋମବାର ଦିନ ସୁନା ମୂଲ୍ୟ ୪୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୮୦,୩୦୦ ଟଙ୍କା ହୋଇଛି ।

ଏଥିସହିତ ୨୨ କ୍ୟାରେଟ ସୁନା ହାର ୭୩,୬୦୦ ଟଙ୍କା ସ୍ତରରେ ରହିଛି । ଯେଉଁଠାରେ ରୂପା ହେଉଛି ୯୬,୯୦୦ ଟଙ୍କା ।

ଆଜି ସାରା ଦେଶରେ ସୁନା ଦର:

ଦିଲ୍ଲୀ, ନୋଏଡା, ଗାଜିଆବାଦ, ଲଖନଉ, ଜୟପୁରରେ ସୁନା ହାର

୨୪ କ୍ୟାରେଟ୍: ୧୦ ଗ୍ରାମ ପିଛା ୮୦,୫୪୦ ।

୨୨ କ୍ୟାରେଟ୍: ୧୦ ଗ୍ରାମ ପିଛା ୭୩,୭୯୦ ।

ପାଟନା ଏବଂ ଅହମ୍ମଦାବାଦରେ ସୁନା ହାର ।

୨୪ କ୍ୟାରେଟ୍: ୧୦ ଗ୍ରାମ ପିଛା ୮୦,୪୪୦ ।

୨୨ କ୍ୟାରେଟ୍: ୧୦ ଗ୍ରାମ ପିଛା ୭୩,୭୪୦ ।

ଭୁବନେଶ୍ୱର, ମୁମ୍ବାଇ, କୋଲକାତାରେ ସୁନା ହାର

୨୪ କ୍ୟାରେଟ୍: ୧୦ ଗ୍ରାମ ପିଛା ୮୦,୩୯୦ ।

୨୨ କ୍ୟାରେଟ୍: ୧୦ ଗ୍ରାମ ପିଛା ୭୩,୬୯୦ ।

 

ସୁନାର ଶୁଦ୍ଧତା କିପରି ଜାଣିବେ?
ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।

ମିସ୍ କଲରୁ ମୂଲ୍ୟ ଜାଣନ୍ତୁ
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ । କିଛି ସମୟ ମଧ୍ୟରେ SMS ମାଧ୍ୟମରେ ଦର ଉପଲବ୍ଧ ହେବ । ଏହା ବ୍ୟତୀତ, କ୍ରମାଗତ ଅପଡେଟ ବିଷୟରେ ସୂଚନା ପାଇଁ, ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ ।

୨୨ ଏବଂ ୨୪ କ୍ୟାରେଟ୍ ମଧ୍ୟରେ ପାର୍ଥକ୍ୟ କ’ଣ ଜାଣନ୍ତୁ?
୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ । ୨୪ କ୍ୟାରେଟ୍ ସୁନାରେ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ । ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି ।