fbpx

କମିଲା ସୁନାର ଚମକ, ପୁଣି ହ୍ରାସ ପାଇଲା ଦର

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ପୁଣି ସୁନା ଦର ହ୍ରାସ ପାଇଛି । ଏବେ ୧୦ଗ୍ରାମ ସୁନାର ମୂଲ୍ୟ ୪୮ହଜାର ଟଙ୍କା ତଳକୁ ଖସିଛି । ସେହିପରି ରୁପାର ଦର ମଧ୍ୟ କମିଥିବା ଜଣାପଡ଼ିଛି । ଏହା କିଲୋ ପିଛା ୬୧ହଜାର ଟଙ୍କା ହୋଇଥିବା କୁହାଯାଇଛି । ଗତ ସୋମବାରରୁ ୨୪ କ୍ୟାରେଡ୍‌ ସୁନା ୧୦ ଗ୍ରାମ ପ୍ରତି ୫୯ଟଙ୍କା ଶସ୍ତା ହୋଇଥିବାବେଳେ ରୁପାର ଦର କିଲୋ ପିଛା ୮୩୭ ଟଙ୍କା ତଳକୁ ଖସିଛି ।

ଏଠାରେ ସୂଚନାଯୋଗ୍ୟ ଯେ ୨୨ କ୍ୟାରେଟ୍‌ ଓ ୧୮ କ୍ୟାରେଟ୍‌ ସୁନାର ଦାମ ପୂର୍ବାପେକ୍ଷା ଏବେ ହ୍ରାସ ପାଇଥିବା କୁହାଯାଇଛି । ଗତ ଡିସେମ୍ବର ୬ ତାରିଖରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୭ହଜାର ୮୭୫ ଟଙ୍କା ରହିଥିବାବେଳେ ଗତ ଶୁକ୍ରବାର ଏହା ୪୭ହଜାର ୮୧୬ଟଙ୍କାକୁ ଖସିଆସିଛି ।

Get real time updates directly on you device, subscribe now.