fbpx

୧୨ ଜୁଲାଇରୁ ଶସ୍ତା ହେବ ସୁନା! ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କିମ୍ବା ସୁନାରେ ବିନିଯୋଗ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜୁଲାଇ ୧୨ ତାରିଖରୁ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ର ଚତୁର୍ଥ ସିରିଜ୍ ୨୦୨୧-୨୨ ବିକ୍ରି ଆରମ୍ଭ ହେବାକୁ ଯାଉଛି । ଏହା ୧୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଆରବିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏହି ସିରିଜ୍ ରେ ସୁନାର ଦାମ୍ ଗ୍ରାମ ପିଛା ୪ହଜାର ୮୦୭ ଟଙ୍କା ରହିବ । ତେବେ ଏହି ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଆରବିଆଇ ପକ୍ଷରୁ ଜାରି କରାଯାଏ ।

ସୋମବାର ଠାରୁ ୫ ଦିନ ଯାଏ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୧-୨୨ର ଚତୁର୍ଥ କିସ୍ତି ସବୁସ୍କ୍ରିପସନ୍ ପାଇଁ ଖୋଲିବ । ଆରବିଆଇ ମୁତାବକ, ବଣ୍ଡ ପାଇଁ ଆପଣ ଯଦି ଅନଲାଇନ ଆବେଦନ କରିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ସୁନା ଗ୍ରାମ ପ୍ରତି ୫୦ ପ୍ରତିଶତ ରିହାତି ମିଳିବ । ଅର୍ଥାତ୍ ଅନଲାଇନ୍ ରେ ଆବେଦନକାରୀଙ୍କୁ ସୁନା ଗ୍ରାମ ପିଛା ୪ହଜାର ୭୫୭ ଟଙ୍କା ରହିବ ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SHCIL), ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, NSE ଏବଂ BSE ମାଧ୍ୟମରେ ବିକ୍ରି ହେବ । ତେବେ ଏହା କୌଣସି ଛୋଟ ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ ବ୍ୟାଙ୍କରେ ବିକ୍ରି ହୁଏ ନାହିଁ ।

କଣ ଏହି ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍

ସୋଭରେନ୍ ଗୋଲ୍ଡ ବଣ୍ଡ ହେଉଛି ଏକ ସରକାରୀ ବଣ୍ଡ । ଏହାକୁ ଡିମେଟ୍ ରୁପରେ ପରିଣତ କରାଯାଏ । ଏହାର ମୂଲ୍ୟ ଟଙ୍କା କିମ୍ବା ଡଲାରରେ ନୁହେଁ, ବରଂ ସୁନା ଓଜନରେ କୁ ନେଇ ନିର୍ଦ୍ଧାରିତ କରଯାଏ । ଯଦି ବଣ୍ଡଟି ପାଞ୍ଚ ଗ୍ରାମ ସୁନା ଅଟେ, ତେବେ ବଣ୍ଡର ମୂଲ୍ୟ ପାଞ୍ଚ ଗ୍ରାମ ସୁନା ମୂଲ୍ୟ ସହିତ ସମାନ ହେବ । ଏହି ବଣ୍ଡକୁ ଆରବିଆଇ ସରକାର ପ୍ରଦାନ କରିଛନ୍ତି । ନଭେମ୍ବର ୨୦୧୫ ରେ ସରକାରଙ୍କ ଦ୍ୱାରା ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.