ଖୁସି ଖବର; ବାହୁଡ଼ାରେ କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି…
ଗତକାଲି ସୁନା ଦର ଖସିଥିବା ବେଳେ ଆଜି ବାହୁଡ଼ାରେ ପୁଣି ଖସିଛି ସୁନା ଦର। ତେବେ କିଣିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ମୂଲ୍ୟ...
ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନରେ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ଗତକାଲି ସୁନା ଦର ଖସିଥିବା ବେଳେ ଆଜି ବାହୁଡ଼ାରେ ପୁଣି ଖସିଛି ସୁନା ଦର।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୭୨୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୯୦, ୪୯୦ ଟଙ୍କାରେ କାରବାର ଆରମ୍ଭ କରିଛି।
ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮,୭୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୪୯୦ ଟଙ୍କାକୁ ପହଞ୍ଚିଛି।
ମୁମ୍ବାଇରେ ମଧ୍ୟ ସମାନ ରହିଛି ସୁନା ଦର। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮,୮୭୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୬୪୦ ଟଙ୍କାରେ କାରବାର ଆରମ୍ଭ କରିଛି।
କେମିତି ଜାଣିବେ ସୁନାର ଶୁଦ୍ଧତା ?
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।