fbpx

ଶସ୍ତା ହେଲା ସୁନା; ମହଙ୍ଗା ରୁପା; ରେକର୍ଡ ନିଆରା

ଓଡ଼ିଶା ଭାସ୍କର ବ୍ୟୁରୋ:  ଖସିଲା ସୁନା ଦର। ଶସ୍ତା ହେବାନେଇ ଶୁକ୍ରବାର ସ୍ପଷ୍ଟ ହୋଇଛି। ଗୁରୁବାର କାରବାରକୁ ଲକ୍ଷ୍ୟ କଲେ ଜଣାପଡ଼ିଛି ଯେ ସୁନା ଦର ତଳ ଉପର ହେଉଥିଲା। ତେବେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଶୁକ୍ରବାର ସୁନା ଦରରେ ସାମାନ୍ୟ ହ୍ରାସ ପାଇ ୪୮,୩୦୦ ଟଙ୍କାରେ କାରବାର ଚାଲିଥିଲା।

ଚଳିତ ସପ୍ତାହରେ ଶୁକ୍ରବାର କ୍ଲୋଜିଂ ପର୍ଯ୍ୟନ୍ତ ସୁନା ପ୍ରତି ୧୦ ଗ୍ରାମକୁ ୫୦୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ରୁପା କେଜି ପ୍ରତି ୪୦୦ ଟଙ୍କା ମହଙ୍ଗା ହୋଇଥିବା ସ୍ପଷ୍ଟ। ଶୁକ୍ରବାର ରୁପା କେଜି ପ୍ରତି ଦର ୬୯,୭୦୦ ଟଙ୍କାରେ କାରବାର ଚାଲିଥିଲା।

  1. ଏକ ରିପୋର୍ଟ ଅନୁସାରେ ୨୦୨୦ରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ଥିବାବେଳେ ଶୁକ୍ରବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୦୦ ଟଙ୍କା ରହିଥିଲା।

Get real time updates directly on you device, subscribe now.