ପୁଣି ବଢ଼ିଲା ସୁନା ଦର, ଭୁବନେଶ୍ୱରରେ ୯୧ ହଜାର ୨୪ କ୍ୟାରେଟ୍ ସୁନା !
ପୁଣି ମହଙ୍ଗା ହେଲା ସୁନା-ରୂପା। ସର୍ବଭାରତୀୟ ସ୍ତରରେ ଆଜି ସୁନା ମହଙ୍ଗା ହୋଇଛି। ଭୁବନେଶ୍ୱରରେ ୯୦ ହଜାର ପାର କରିଛି ସୁନା ଦର।
ଭୁବନେଶ୍ୱର: ଆପଣ ସୁନା କିଣିବାକୁ ଦୋକାନକୁ ଯାଉଛନ୍ତି କି? ତାହାଲେ ସୁନା କିଣିବା ପୂର୍ବରୁ ରେଟ୍ ପ୍ରଥମେ ଜାଣି ନିଅନ୍ତୁ। କାରଣ କିଛି ଦିନ ହେବ ସୁନା ଓ ରୁପା ଦର ଚଢ଼ିକି ରହିଛି। ଆଉ ଏବେ ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର।
କାରଣ ପ୍ରତ୍ୟେକ ଦିନ ସୁନା ଓ ରୂପାର ଦର ନିର୍ଦ୍ଧାରଣ ହୋଇଥାଏ। କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ ଆଜି ଦର ଯଦି କମ୍ ଥାଏ ରାତି ପାହିଲା ବେଳକୁ ଆକାଶ ଛୁଆଁ ହୋଇଯାଇଥାଏ।
ଆଉ ଏବେ ତ ସୁନା, ରୂପା ଦର ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତା କଥା ନ କହିବା ଭଲ। କାରଣ ଦାମ୍ କମୁଛି କମ୍ ଆଉ ବଢୁଛି ବେଶୀ। ଏବେ ଉଭୟ ସୁନା ଓ ରୁପା ମହଙ୍ଗା ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୩,୪୦୦ ଟଙ୍କା ହୋଇଛି।
ଠିକ୍ ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୧୧୪୦ ଟଙ୍କା ବୃଦ୍ଧି ପାଇ ୯୦,୯୮୦ ଟଙ୍କା ହୋଇଛି। କେବଳ ଭୁବନେଶ୍ୱର ନୁହେଁ, ସର୍ବଭାରତୀୟ ସ୍ତରରେ ଆଜି ସୁନା ମହଙ୍ଗା ହୋଇଛି। ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି।
ରୁପାର କିଲୋପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୪,୦୦୦ ଟଙ୍କା ହୋଇଛି। ଗତ ତିନି ଦିନ ଭିତରେ ରୁପା ୪୦୦୦ ଟଙ୍କା ମହଙ୍ଗା ହୋଇଛି। ଏହା ପୂର୍ବରୁ ଚଳିତ ମାସ ୧୯ରେ ରୁପା ୧,୧୪,୦୦୦ ଟଙ୍କା ସ୍ତରରେ ଥିଲା।