ବିଦେଶୀ ବଜାରରେ ହ୍ରାସ ପାଇଲା ସୁନା ଦର: ୧୦ ଗ୍ରାମ ପ୍ରତି ଏତେ ଟଙ୍କା ଗଲା ଶସ୍ତା, ଜାଣନ୍ତୁ ଆଜିର ରେଟ୍

ମୁମ୍ବାଇ,୨୫ ।୮: କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ଟୀକାକୁ ନେଇ ଆଶ ବଢୁଥିବା ବେଳେ ସୁନା ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଆଜି ଆନ୍ତର୍ଜାତୀୟ ସ୍ତରରେ ସୁନାମୂଲ୍ୟ ହ୍ରାସ ପାଇଁ ୧୯୨୯ ଡଲାରକୁ ଖସିଆସିଛି । ଆଗାମୀ କିଛି ଦିନରେ ସୁନା ଦର ହାଲକା ଗତିରେ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।

ତେବେ ସୁନା ଓ ରୂପା ଦାମ ହ୍ରାସ ପାଇବାରେ ଲାଗିଛି । ସୋମବାର ଦିନ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୩,୦୪୦ ଟଙ୍କାରେ ବିକ୍ରି ହୋଇଥିଲା । ରୂପା ଦର ମଧ୍ୟ ୨୦୬ ଟଙ୍କା ହ୍ରାସ ହୋଇ ୬୮,୨୦୨ ଟଙ୍କା ପ୍ରତି କିଲୋଗ୍ରାମ ରହିଛି।

ଓଡିଶା ରାଜଧାନୀ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୪,୫୯୦ ଟଙ୍କା ଓ ୫୦,୦୪୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଭାରତର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି ।