fbpx

ଗ୍ରାହକଙ୍କ ପାଇଁ ଖୁସି ଖବର,ଏତିକି ଟଙ୍କା କମିଲା ସୁନା ଓ ରୂପା ମୂଲ୍ୟ

ନୂଆଦିଲ୍ଲୀ: ବାଣିଜ୍ୟ ସପ୍ତାହ ଆରମ୍ଭ ସହିତ ସୁନା ଓ ରୂପା କ୍ରେତାମାନଙ୍କ ପାଇଁ ଖୁସି ଖବର ଅଛି । ଗତ ସପ୍ତାହର ଶେଷ ବାଣିଜ୍ୟ ଦିନ ଶୁକ୍ରବାର ଠାରୁ ଉଭୟ ସୁନା ଓ ରୂପା ଶସ୍ତା ହୋଇଛି । ଦୁଇ ଦିନ ବନ୍ଦ ହେବା ପରେ ସୋମବାର ନୂଆ ଦର ଧାର୍ଯ୍ୟ କରାଯାଇଛି । ୨୪ କ୍ୟାରେଟ୍‌ ଶୁଦ୍ଧତାର ୧୦ ଗ୍ରାମ ସୁନା ପାଇଁ ୫୧,୫୫୦ ଟଙ୍କା ମୂଲ୍ୟରେ ଆଜି ବୁଲିଅନ୍‌ ବଜାର ଖୋଲିଛି । ପୂର୍ବ ଦିନ ତୁଳନାରେ ୨୪ କ୍ୟାରେଟ୍‌ ଶୁଦ୍ଧତାର ୧୦ ଗ୍ରାମ ସୁନା ମୂଲ୍ୟ ଆଜି ୨୫୨ ଟଙ୍କା ହ୍ରାସ ପାଇଛି ।

ଏଥି ସହିତ, ୯୯୫ ଶୁଦ୍ଧତାର ସୁନା ମୂଲ୍ୟରେ ୨୫୧ ଟଙ୍କା ସାମାନ୍ୟ ହ୍ରାସ ଘଟିଥିଲା । ୯୯୫ ଶୁଦ୍ଧ ସୁନା ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୧,୩୪୪ ଟଙ୍କା ରହିଛି । ୯୧୬ ଶୁଦ୍ଧତାର ସୁନା  ୨୩୧ ଟଙ୍କା ହ୍ରାସ ପାଇବା ପରେ ୧୦ ଗ୍ରାମ ପିଛା ୪୭,୨୨୦ ଟଙ୍କା ରହିଛି । ୭୫୦ ଶୁଦ୍ଧତାର ସୁନା ୧୮୯ ଗ୍ରାମ ହ୍ରାସ ପରେ ୧୦ ଗ୍ରାମ ପିଛା ୩୮,୬୬୩ ଟଙ୍କା ରହିଛି । ଆଜି ରୂନା ମୂଲ୍ୟରେ ଏକ ବିରାଟ ହ୍ରାସ ଷ୍ଟକ୍‌ ବଜାରରେ ରେକର୍ଡ କରାଯାଇଥିଲା । ବଜାର ଖୋଲିବା ସମୟରେ ୧ କିଲୋଗ୍ରାମ ରୂପା ମୂଲ୍ୟ ୭୧୫ ଟଙ୍କା ହ୍ରାସ ହୋଇଥିଲା ।

Get real time updates directly on you device, subscribe now.