fbpx

ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ଜାଣନ୍ତୁ କେତେ ରହିଛି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍?

ନୂଆଦିଲ୍ଲୀ: ପୁଣି କମିଲା ସୁନା ଦର । ଭାରତୀୟ ବଜାରରେ ସୁନା ଦନ ଗୁରୁବାର ଦିନ ଏକ ବର୍ଷ ତଳର ରେଟକୁ ଖସିଯାଇଛି । ଅନ୍ୟପଟେ ରୂପା ମଧ୍ୟ ଆଜି ୪୦୦ ଟଙ୍କା ଶସ୍ତା ହୋଇଥିବା ସୂଚନା ମିଳିଛି । ସୁନା-ରୂପା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏହା ହୋଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬, ୩୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦ ହଜାର ୫୫୦ ଟଙ୍କା ଥିବା ଜଣାଯାଇଛି । ଆଜି କିଲୋଗ୍ରାମ ପ୍ରତି ରୁପା ଦର ୫୫ ,୪୫୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୪୦୦ ଟଙ୍କା ଓ ୫୦ ହଜାର ୬୨୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୪୦୦ ଟଙ୍କା ଓ ୫୦ ହଜାର ୬୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୪୦୦ଟଙ୍କା ଓ ୫୦,୬୨୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୪୦୦ ଟଙ୍କା ଓ ୫୦ ହଜାର ୬୨୦ ଟଙ୍କା ରହିଛି ।

Get real time updates directly on you device, subscribe now.