fbpx

ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼୨୦୨୪: Oppenheimer ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଲେ କ୍ରିଷ୍ଟୋଫର ନୋଲନ୍

Advertisement

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆ ସ୍ଥିତ ବେଭେର୍ଲି ହିଲଟନ୍ ହୋଟେଲରେ ୮୧ ତମ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨୦୨୩ରେ କ୍ରିଷ୍ଟୋଫର ନୋଲନ୍(Christopher Nolan)ଙ୍କ ନିର୍ଦ୍ଦେଶିତ Oppenheimer ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି । ଏହି ଆୱାର୍ଡ଼ ଜିତିବା ପରେ କ୍ରିଷ୍ଟୋଫର କହିଛନ୍ତି ଯେ ଏହା ପୂର୍ବରୁ ସେ କେବଳ ତାଙ୍କ ବନ୍ଧୁ ହୀଥ୍ ଲେଜରଙ୍କ ତରଫରୁ ପୁରସ୍କାର ଗ୍ରହଣ କରିବା ପାଇଁ ମଞ୍ଚକୁ ଆସିଥିଲେ । ହୀଥ୍ ଲେଜର ତାଙ୍କ ଫିଲ୍ମ ‘ଦି ଡାର୍କ ନାଇଟ୍’ରେ ଜୋକର ଚରିତ୍ରରେ ନଜର ଆସିଥିଲେ ଯାହାକି ବହୁତ ଜଟିଳ ଏବଂ ଚ୍ୟାଲେଞ୍ଜିଂ ଥିଲା । ତେବେ ଏହି ପୁରସ୍କାର ଜିତିବା କ୍ରିଷ୍ଟୋଫରଙ୍କ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା । ଏହି ଚଳଚ୍ଚିତ୍ରକୁ ସଫଳତା ପୂର୍ବକ କରିବା ଦିଗରେ ସମସ୍ତଙ୍କ ସହଯୋଗ ପ୍ରତି ଧନ୍ୟବାଦ ଜ୍ଞାପନ କରିଥିଲେ ।

ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼୨୦୨୪ରେ Oppenheimerର ଦବଦବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ Oppenheimer ୮ଟି ନମାଙ୍କନ ହାସଲ କରିଥିବା ବେଳେ ସେଥିରୁ ୫ଟିରେ ପରସ୍କାର ପାଇଛି ।
– ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ କ୍ରିଷ୍ଟୋଫର ନୋଲନ୍
– ଶ୍ରେଷ୍ଠ ସହାୟକ ଅଭିନେତା ଭାବେ ମୋସନ୍ ପିକ୍ଚର ବର୍ଗରେ ରୋବର୍ଟ ଡାଉନି
– ଶ୍ରେଷ୍ଠ ଅଭିନେତା ଭାବେ ମୋସନ୍ ପିକ୍ଚର ଡ୍ରାମା ବର୍ଗରେ ସିଲିୟନ୍ ମର୍ଫି
– ଶ୍ରେଷ୍ଠ ସ୍କୋର ମୋସନ୍ ପିକ୍ଚର ବର୍ଗରେ ଲୁଡ୍ୱିଗ୍ ଗୋରାନସନ୍
– Oppenheimerଚଳଚ୍ଚିତ୍ର ଶ୍ରେଷ୍ଠ ପିକ୍ଚର ଡ୍ରାମା ଆୱାର୍ଡ଼ ହାସଲ କରିଛି

Get real time updates directly on you device, subscribe now.