NTPCରେ ଇଞ୍ଜିନିୟର ହେବାର ସୁବର୍ଣ୍ଣ ସୁଯୋଗ, ଖାଲି ପଡିଛି ୪୭୫ଟି ପୋଷ୍ଟ୍‌: ଦରମା ଲକ୍ଷେ ଉପରେ

NTPC ପୂରଣ ହେବ ଇଞ୍ଜିନିୟରିଂ ପଦବୀ; ଏପରି କରନ୍ତୁ ଆବେଦନ

ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ଲିମିଟେଡ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି? ଏହି ସୁଯୋଗ ହାତ ଛଡା କରନ୍ତୁ ନାହିଁ। NTPC ରେ ଇଞ୍ଜିନିୟର ହେବାର ସୁଯୋଗ ଆସିଛି। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ NTPC ରେ ଇଞ୍ଜିନିୟରିଂ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NTPC Recruitment 2025 apply for 475 post Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
ଅନ୍‌ଲାଇନ୍ ଆବେଦନ ଶେଷ – ୧୩ ଫେବୃଆରୀ ୨୦୨୫

ଖାଲି ପଦବୀ:
ଇଲେକ୍ଟ୍ରୀକାଲ୍ – ୧୩୫ଟି ପୋଷ୍ଟ୍‌
ମେକାନିକାଲ୍ – ୧୮୦ଟି ପୋଷ୍ଟ୍‌
ଇଲେକ୍ଟ୍ରୋନିକ୍ସ୍ – ୮୫ଟି ପୋଷ୍ଟ୍‌
ସିଭିଲ୍ – ୫୦ଟି ପୋଷ୍ଟ୍‌
ମାଇନିଂ – ୨୫ଟି ପୋଷ୍ଟ୍‌
ମୋଟ ପଦବୀ – ୪୭୫ଟି ପୋଷ୍ଟ୍‌

ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ସମ୍ବନ୍ଧୀୟ ଇଞ୍ଜିନିୟରିଂ ବିଷୟରେ ସ୍ନାତକ (B.E./B.Tech।) ଡିଗ୍ରୀ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:
ସର୍ବନିମ୍ନ ବୟସ – ବିଜ୍ଞପ୍ତି ଦେଖନ୍ତୁ
ସର୍ବାଧିକ ବୟସ – ୨୭ ବର୍ଷ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:
ସର୍ବନିମ୍ନ ଦରମା –୪୦, ୦୦୦ ଟଙ୍କା
ସର୍ବାଧିକ ଦରମା –୧,୪୦, ୦୦୦ ଟଙ୍କା

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/ OBC/ EWS – ୩୦୦ଟଙ୍କା
SC/ST/ PwBD/ XSM – ଦେୟମୁକ୍ତ

ଚୟନ ପ୍ରକ୍ରିୟା:
GATE-2024 ସ୍କୋର୍
ବ୍ୟକ୍ତିଗତ ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ