fbpx

‘ଗୋଲ୍ଡେନ ପର୍ଲ’ ହେଲା ଭାରତର ସବୁଠାରୁ ମହଙ୍ଗା ଚା’, ୧ କିଲୋର ଦାମ୍ ଶୁଣିଲେ ଉଡିବ ହୋସ୍

ଗୌହାଟୀ: ଆସାମରେ ଗୌହାଟୀରେ ଟି ଅକ୍ସନ ସେଣ୍ଟରରେ ଗୋଲ୍ଡେନ ପର୍ଲ ଚା ପତି ନିଲାମ ରେକର୍ଡ ଛୁଇଁଛି । ୧ କିଲୋ ଚା’ ପତିର ୯୯,୯୯୯ ଟଙ୍କାରେ ବିକ୍ରି ହୋଇଛି । ଏହି ଗୋଲ୍ଡେନ ପର୍ଲ ଚା ପତିର ମାଲିକାନା ଅଧିକାର ଏଏଫଟି ଟ୍ରେଡ ନିକଟରେ ରହିଛି । । ଏହି ଚା ମନୋହୋର ଚୁକବାରୀ କାରଖାନାରେ ପ୍ରସ୍ତୁତ କରାଯାଇଛି । ଗତ ୨ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚା’ର ମୂଲ୍ୟ କିଲୋଗ୍ରାମ ପିଛା ୯୯,୯୯୯ ଟଙ୍କା ହୋଇଛି । ଗତବର୍ଷ ଡିସେମ୍ବର ୧୪ ତାରିଖରେ ଡିବ୍ରୁଗଡ଼ ଜିଲ୍ଲାର ମନୋହରୀ ଚା’ ବଗିଚାରୁ ‘ମନୋହରୀ ଗୋଲ୍ଡ’ ଚା’ ପତ୍ର ୯୯,୯୯୯ ଟଙ୍କାରେ ନିଲାମ ହୋଇଥିଲା ।

ସୂଚନାଯୋଗ୍ୟ, ଉନ୍ନତ କିସମର ଚା ପାଇଁ ଜିଟିଏସି ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରାହକଙ୍କ ପାଇଁ ଚାର ମୂଲ୍ୟରେ ବିଶେଷ ପରିବର୍ତନ ହେବ ନାହିଁ । ଭଲ ଚା ପତି ନେଇ ବିଭିନ୍ନ କମ୍ପାନୀର ୧କେଜିର ଏଭଳି ମୂଲ୍ୟାଙ୍କନ କରାଯାଇଥାଏ । ତେବେ ‘ମନୋହରୀ ଗୋଲ୍ଡ’ ଚା ପତିକୁ ସୌରଭ ଟି ଟ୍ରେଡର୍ସ ନିଲାମୀରେ କିଣିଥିଲା । ଏହା ପରେ ଏହା ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା ଚା’ ପାଲଟିଛି ।

Get real time updates directly on you device, subscribe now.