fbpx

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର । ଭାରତ ସରକାର ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବଢ଼ାଇବାକୁ ଯୋଜନା କରୁଛନ୍ତି । ତେବେ ନିକଟରେ ସରକାର କର୍ମଚାରୀଙ୍କ ପାଇଁ ଡିଏକୁ ୨୮ ପ୍ରତିଶତ ବୃଦ୍ଧି କରିବାକୁ ମଞ୍ଜୁରୀ କରିଛନ୍ତି । ଏବେ ମିଡିଆ ରିପୋର୍ଟ ଅନୁସାରେ, ମୋଦୀ ସରକାର ମହଙ୍ଗା ଭତ୍ତାକୁ ବଢ଼ାଇ ୩୧ ପ୍ରତିଶତ କରିବାକୁ ଯୋଜନା କରୁଛନ୍ତି ।

ଏହା ପୂର୍ବରୁ ମହଙ୍ଗା ଭତ୍ତା ୧୭ ପ୍ରତିଶତ ଥିଲା, କିନ୍ତୁ ଜୁଲାଇରେ ଡିଏ ବଢ଼ି ୨୮ ପ୍ରତିଶତ ହୋଇଥିଲା । ଡିଏରେ ବୃଦ୍ଧି ବି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସିଧା ଦରମା ସମ୍ବନ୍ଧିତ ହୋଇଥାଏ । ମହଙ୍ଗା ଭତ୍ତାରେ ବୃଦ୍ଧି ଅର୍ଥାତ୍ କେନ୍ଦ୍ର କର୍ମଚାରୀଙ୍କ ଦରମା ବଢ଼ିବ । ଏଆଇସିପିଆଇ ଜୁନର ଆକଳନ ଅନୁସାରେ ଡିଏ ୩ ପ୍ରତିଶତ ବଢ଼ିପାରେ ।

Get real time updates directly on you device, subscribe now.