fbpx

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିପାରେ ଦରମା

ନୂଆଦିଲ୍ଲୀ: ଏପ୍ରିଲ ଏବଂ ମେ ମାସରେ ଦେଶରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାର ଠିକ ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇପାରନ୍ତି । କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା କରିପାରନ୍ତି ସରକାର । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗ ଭତ୍ତା (ଡିଏ) କୁ ଚାରି ପ୍ରତିଶତ ବୃଦ୍ଧି କରିପାରନ୍ତି ।

ପେନସନଭୋଗୀମାନେ ମଧ୍ୟ ଏଥିରୁ ଉପକୃତ ହେବେ । ଆମେ ଆପଣଙ୍କୁ କହିବୁ ଯେ ଶ୍ରମ ବ୍ୟୁରୋ ଦ୍ୱାରା ପ୍ରକାଶିତ ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ସ୍ଥିର ହୋଇଛି ।

ସପ୍ତମ କେନ୍ଦ୍ରୀୟ ଦେୟ ଆୟୋଗର ସୁପାରିଶ ଆଧାରରେ ଅନୁମୋଦିତ ସୂତ୍ର ଅନୁଯାୟୀ ଡିଏ ବୃଦ୍ଧି କରାଯିବ । ଏହାପୂର୍ବରୁ ଅକ୍ଟୋବର ୨୦୨୩ ରେ କେନ୍ଦ୍ର କ୍ୟାବିନେଟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଚାରି ପ୍ରତିଶତ ବୃଦ୍ଧି କରିଥିଲା । ଏହା ସହିତ ଡିଏ ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ୪୮.୬୭ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହୋଇଛନ୍ତି ।

ଦେଶର ମୁଦ୍ରାସ୍ଫୀତି ହାରକୁ ଆଧାର କରି ଡିଏ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯଦି ମୁଦ୍ରାସ୍ଫୀତି ଅଧିକ ତେବେ ଡିଏ ବୋଧହୁଏ ଆହୁରି ବୃଦ୍ଧି ପାଇବ । ଆର୍ôଥକ ବର୍ଷ ପାଇଁ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (ଏଆଇସିପିଆଇ) ର ୧୨ ମାସର ହାରାହାରି ହାରରେ ଡିଏ ଏବଂ ଡିଆର ବୃଦ୍ଧି ନିର୍ଣ୍ଣୟ କରାଯାଏ ।

Get real time updates directly on you device, subscribe now.