fbpx

କରଦାତାଙ୍କ ପାଇଁ ଖୁସିଖବର! ଏବେ ଫୋନପେରେ ଭରି ପାରିବେ ଇନକମ ଟ୍ୟାକ୍ସ, ଜାଣିନିଅନ୍ତୁ ପୁରା ପ୍ରୋସେସ

ନୂଆଦିଲ୍ଲୀ : ଗତବର୍ଷ ୨୦୨୨-୨୦୨୩ ଏବଂ ମୂଲ୍ୟଙ୍କନ ବର୍ଷ ୨୦୨୩-୨୦୨୪ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ପାଖେଇ ଆସିଲାଣି । ଇନକମ ଟ୍ୟାକ୍ସ ବିଭାଗ ବାରମ୍ବାର ଲୋକଙ୍କୁ ଡେଡଲାଇନ ଭିତରେ ଆଇଟୀଆର ଫାଇଲ ବନାଇବା ପାଇଁ ପରାମର୍ଶ ଦେଉଛନ୍ତି । ଯଦି ଆପଣ ଇନକମ ଟ୍ୟାକ୍ସ ଭରି ନାହାନ୍ତି, ତେବେ ଦେଶର ବଡ଼ ଡିଜିଟାଲ ପେମେଣ୍ଟ ଆପ ଫୋନପେ ରେ କାମକୁ ସହଜରେ କରିପାରିବେ । ଫନପେ ଆପ ଘୋଷଣା କରିଲା ଯେ, ବର୍ତ୍ତମାନ ଇନକମ ଟ୍ୟାକ୍ସ ବିଭାଗର ସର୍ଭିସ ଲଞ୍ଚ କରିବ । ଫୋନପେ ଦ୍ୱାରା ଜମା କରିବାର ସବୁ ଠାରୁ ଫାଇଦା ହେଉଛି, ଆପଣଙ୍କୁ ଏଥି ପାଇଁ ଟେକ୍ସପୋର୍ଟାଲ ଉପରେ ଲଗଇନ କରିବାକୁ ବି ପଡିବ ନାହିଁ ।

ଇନକମ ଟ୍ୟାକ୍ସକୁ ସୁଗମ ପ୍ରଦାନ କରିବା ପାଇଁ ଫୋନପେ ଡିଜିଟାଲ ପେମେଣ୍ଟ ଏବଂ ସର୍ଭିସ ପ୍ରଦାନ କରିବା କମ୍ପାନୀ ଚବଚ୍ଚଗବଗ୍ଧର ସହ ହାତ ମିଶାଇଲେ । ଏହା ପରେ ଚାକିର. ଟଙ୍କା, ବ୍ୟକ୍ତି ଏବଂ ବିଜନେସ କରିବା ଭଳି ଲୋକ ଦୁହେଁ ଗତବର୍ଷ ୨୦୨୨-୨୦୨୩ ପାଇଁ ନିଜର ଟ୍ୟାକ୍ସର ପେମେଣ୍ଟ କରି ପାରିବେ । ଏଭଳି ସୁବୁଧା ଜଣାଇବା ସହ ଫୋନପେ କମ୍ପାନୀ କହିଲା ଯେ, ବର୍ତ୍ତମାନ ଆଇଟିଆର ଫାଇଲ କରିବା ପାଇଁ କରଦାତାଙ୍କୁ ଲଗଇନର ସମସ୍ୟାରୁ ମୁକ୍ତି ମିଳିବ ଏବଂ ସହଜରେ ଟ୍ୟାକ୍ସ୍ସ ଜମା କରି ପାରିବେ । ଏହା ସହିତ କରଦାତାକାରୀ ନିଜର କ୍ରେଡିଟ କାର୍ଡ ଦ୍ୱାରା ଟ୍ୟାକ୍ସ ଜମା କରି ୪୫ ଦିନର ବିନା ସୁଧ ସମୟର ଲାଭ ଉଠାଇ ପାରିବେ ।

ଫୋନପେ ରେ କିପରି ଫାଇମ ବନାଇବ ଆଇଟିଆରର :

୧. ଏହା ପାଇଂ ପ୍ରଥମେ ଫୋନପେ ଆପ ଖୋଲନ୍ତୁ ଏବଂ ଇନକମ ଟେକ୍ସ ଅପ୍ସନକୁ ଯାଇ ତାହା ଉପରେ କ୍ଲିକ କରନ୍ତୁ ।

୨. ଏହାପରେ ଆପଣଙ୍କୁ ଯେତିକି ଟଙ୍କା ଜମା କରିବା ଦରକାର ତାହାକୁ ସେଠାରେ ଲେଖନ୍ତୁ । ମୂଲ୍ୟାଙ୍କନ ବର୍ଷ ଏବଂ ପାନ କାର୍ଡର ବିବରଣୀ ଦିଅନ୍ତୁ ।

୩. ପରବର୍ତ୍ତୀ ସମୟରେ ଯେଉଁ ପରିମାଣରେ ଟଙ୍କା ଦରକାର ତାହାକୁ ଏଣ୍ଟର କରି ମୋଡ ଅଫ ପେମେଣ୍ଡର ବିକଳ୍ପକୁ ଚୟନ କରନ୍ତୁ ।

୪. ଏହାପରେ ଆପଣଙ୍କୁ ପେମେଣ୍ଟ କରି ୨ଟି କାର୍ଯ୍ୟକାରୀ ଦିନ ଭିତରେ ପୋର୍ଟାଲ ଟଞଜ ନମ୍ବର ମିଳିଯିବ, ମିଳିଥିବା ନମ୍ବରକୁ ଏହି ପୋର୍ଟାଲରେ ଅପଡେଟ କରନ୍ତୁ ।

Get real time updates directly on you device, subscribe now.