fbpx

ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଓଡ଼ିଶାରେ ଚାଲୁଥିବା ଆଠ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ସ୍ଥାୟୀ ଭାବ ଯୋଡାଯିବ

Advertisement

ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଦେଖାଯାଏ ଯେ, ଉପରୋକ୍ତ ଟ୍ରେନ୍ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି। ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବଲପୁରରୁ ଛାଡୁଥିବା ଟ୍ରେନ୍: ସମ୍ବଲପୁରରୁ ଛାଡୁଥିବା 18311/18312 ସମ୍ବଲପୁର-ବନାରସ-ସମ୍ବଲପୁର ଏକ୍ସପ୍ରେସ ୧ ଜାନୁଆରୀ, ୨୦୨୩ ଠାରୁ ଏବଂ ବନାରସରୁ ୨ ଜାନୁୟାରୀ, ୨୦୨୩ ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି -୩ ଟାୟାର ଏବଂ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ। କୋଚ୍ ସଂଯୋଗ ପରେ, ଏହି ଟ୍ରେନ୍ ୧୯ କୋଚ୍ ପରିବର୍ତ୍ତେ ୨୧ କୋଚ୍ ସହିତ ଚଳାଚଳ କରିବ।

ସମ୍ବଲପୁରରୁ ଛାଡୁଥିବା 22804/22803 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଭାୟା ଅନୁଗୁଳ ଏବଂ ଭଦ୍ରକ ଟ୍ରେନ ରେ ୬ ଜାନୁଆରୀ, ୨୦୨୩ ଠାରୁ ସମ୍ବଲପୁରରୁ ଏବଂ ୭ ଜାନୁଆରୀ, ୨୦୨୩ ଠାରୁ ଶାଲିମାରରୁ ସ୍ଥାୟୀ ଭିତ୍ତିରେ ପ୍ରତ୍ୟେକ ଗୋଟିଏ କରି ଅତିରିକ୍ତ ଏସି -୩ ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ୍ କୋଚ୍ ସହିତ ବୃଦ୍ଧି କରାଯିବ। ବୃଦ୍ଧି ପରେ, ଏହି ଟ୍ରେନ୍ ପୂର୍ବ ୧୯ କୋଚ୍ ପରିବର୍ତ୍ତେ ୨୧ କୋଚ୍ ସହିତ ଚାଲିବ।

ଭୁବନେଶ୍ୱରରୁ ଛାଡୁଥିବା ଟ୍ରେନ୍: ଭୁବନେଶ୍ୱରରୁ ଛାଡୁଥିବା 12892/12891 ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ୧୫ ଡିସେମ୍ବର, ୨୦୨୨ ଠାରୁ ଏବଂ ବାଙ୍ଗିରିପୋସିରୁ ୧୬ ଡିସେମ୍ବର, ୨୦୨୨ ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ସଂରକ୍ଷିତ କୋଚ୍ ସହିତ ଚଳାଚଳ କରିବ। ଏହି କୋଚ ସଂଯୋଗ ପରେ , ଏହି ଟ୍ରେନ୍ ୧୪ କୋଚ୍ ପରିବର୍ତ୍ତେ ୧୫ କୋଚ୍ ସହିତ ଚଳାଚଳ କରିବ।

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସରେ ଉଭୟ ଦିଗରୁ ୧୫ ଡିସେମ୍ବର, ୨୦୨୨ ଠାରୁ ସ୍ଥାୟୀ ଭିତ୍ତିରେ ତିନିଟି ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ସଂଯୋଗ କରାଯିବ। ଅତିରିକ୍ତ କୋଚ୍ ସଂଯୋଗ ପରେ, ଏହି ଟ୍ରେନ୍ ପୂର୍ବର ୧୨ କୋଚ୍ ପରିବର୍ତ୍ତେ ୧୫ କୋଚ୍ ସହିତ ଚଳାଚଳ କରିବ।

ପୁରୀରୁ ଛାଡୁଥିବା ଟ୍ରେନ୍: 12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ୨୬ ଡିସେମ୍ବର, ୨୦୨୨ ଠାରୁ ଏବଂ ନୂଆଦିଲ୍ଲୀରୁ ୨୮ ଡିସେମ୍ବର, ୨୦୨୨ ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-୨ ଟାୟାର୍ କୋଚ୍ ସଂଯୋଗ କରାଯିବ। ଏହି ଟ୍ରେନ୍ ପୂର୍ବର ୨୦ କୋଚ୍ ପରିବର୍ତ୍ତେ ୨୧ କୋଚ୍ ସହିତ ଚଳାଚଳ କରିବ।

12815/12816 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) – ପୁରୀ ନନ୍ଦନକାନନ ଏକ୍ସପ୍ରେସ ପୁରୀରୁ ୨୯ ଡିସେମ୍ବର, ୨୦୨୨ ଠାରୁ ଏବଂ ଆନନ୍ଦ ବିହାରରୁ ୩୧ ଡିସେମ୍ବର, ୨୦୨୨ ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-୨ ଟାୟାର୍ କୋଚ୍ ସଂଯୋଗ କରାଯିବ। ଏହି ଟ୍ରେନ୍ ପୂର୍ବର ୨୧ କୋଚ୍ ପରିବର୍ତ୍ତେ ୨୨ କୋଚ୍ ସହିତ ଚଳାଚଳ କରିବ।

12875/12876 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀରୁ ନୀଳାଚଳ ଏକ୍ସପ୍ରେସ ପୁରୀରୁ ୩୦ ଡିସେମ୍ବର, ୨୦୨୨ ଠାରୁ ଏବଂ ଆନନ୍ଦ ବିହାରରୁ ୧ ଜାନୁଆରୀ, ୨୦୨୩ ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-୨ ଟାୟାର୍ କୋଚ୍ ସଂଯୋଗ କରାଯିବ। ଏହି ଟ୍ରେନ୍ ପୂର୍ବର ୨୧ କୋଚ୍ ପରିବର୍ତ୍ତେ ୨୨ କୋଚ୍ ସହିତ ଚଳାଚଳ କରିବ।

18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀ ଠାରୁ ୧ ଜାନୁଆରୀ, ୨୦୨୩ ରୁ ଏବଂ ଶାଲିମାରରୁ ୨ ଜାନୁଆରୀ, ୨୦୨୩ ରୁ ସ୍ଥାୟୀ ଭିତ୍ତିରେ ଦୁଇଟି ଅତିରିକ୍ତ ସ୍ଲିପର୍ କ୍ଲାସ୍ କୋଚ୍ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ପୂର୍ବ ୨୦ କୋଚ୍ ପରିବର୍ତ୍ତେ ୨୧ କୋଚ୍ ସହିତ ଚଳାଚଳ କରିବ।

Get real time updates directly on you device, subscribe now.