fbpx

ମହିଳାଙ୍କ ପାଇଁ ଖୁସି ଖବର, ମାସିକ ମିଳିବ ୧ ହଜାର ଟଙ୍କା… ଘରୋଇ ଗ୍ରାହକଙ୍କ ପାଇଁ ମାଗଣା ବିଜୁଳି

Advertisement

ରାଞ୍ଚି: ରାଜ୍ୟର ୪୫ ଲକ୍ଷ ମହିଳାଙ୍କୁ ସଶକ୍ତ ତଥା ଆତ୍ମନିର୍ଭରଶୀଳ କରାଇବା ପାଇଁ ଏବଂ ଝାଡ଼ଖଣ୍ଡ କ୍ୟାବିନେଟ୍ ଶୁକ୍ରବାର ଏକ ଆର୍ଥିକ ସହାୟତା ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ବହନ୍ ବେଟି ସ୍ୱ ସହାୟତା ପ୍ରୋତ୍ସାହନ ଯୋଜନା’ ଅନ୍ତର୍ଗତ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଏହି ପଦକ୍ଷେପ ପାଇଁ ବାର୍ଷିକ ୫ ହଜାର ୫୦୦ ଟଙ୍କା ବହନ କରିବେ ।

ଶୁକ୍ରବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି । ମହିଳା, ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ବିଭାଗର ସଚିବ ମନୋଜ କୁମାରଙ୍କ କହିବାନୁଯାୟୀ ଏହି ଯୋଜନା କେବଳ ୨୧ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପାଇଁ ଅଟେ । ଆୟକରଦାତା, ସରକାରୀ କର୍ମଚାରୀ, ଇପିଏଫ୍ ଧାରକ ଏବଂ ଅନ୍ୟାନ୍ୟ ବର୍ଗ ଏହି ଯୋଜନାର ଲାଭରୁ ବାଦ ପଡ଼ିଛନ୍ତି । ମହିଳାଙ୍କୁ ସଶକ୍ତ ଏବଂ ଅତ୍ମନିର୍ଭରଶୀଳ କରାଇବା ସହ ଉତ୍ତମ ଶିକ୍ଷା ତଥା ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ଶ୍ରୀ କୁମାର କହିଛନ୍ତି । ବିଭାଗ ଖୁବ୍ ଶୀଘ୍ର ଆବେଦନ ସଂଗ୍ରହ କରିବା ପାଇଁ ଅଭିଯାନ ଆରମ୍ଭ କରିବ ଯଦ୍ୱାରା ଅଧିକରୁ ଅଧିକା ମହିଳା ଏହାର ଲାଭ ଉଠାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ଯୋଜନାର ଲାଭ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିଲା । ଏହା ଅନ୍ତର୍ଗତ ପ୍ରତ୍ୟେକ ଲାଭାର୍ଥୀଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ସେହିପରି ଅନ୍ୟ ଏକ ନିଷ୍ପତ୍ତିରେ ଘରୋଇ ଗ୍ରହକଙ୍କ ପାଇଁ ମାଗଣା ବିଜୁଳିର ଯୋଗ୍ୟତା ୧୨୫ ୟୁନିଟ୍ ପରିବର୍ତ୍ତେ ୨୦୦ ୟୁନିଟ୍ ମାସିିକ ବୃଦ୍ଧି କରିବା ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦନ ମିଳିଛି । ଏହା ଦ୍ୱାରା ପ୍ରାୟ ୪୧.୪ ଲକ୍ଷ ଉପଭୋକ୍ତା ଲାଭାନ୍ୱିତ ହେବେ । ଏଥିପାଇଁ ରାଜ୍ୟ ସରକାର ମାସିକ ୨୧.୭ କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିବ ।

Get real time updates directly on you device, subscribe now.