fbpx

Google Chrome ୟୁଜର୍ସଙ୍କ ପାଇଁ ଚେତାବନୀ ! ଫଟାଫଟ କରିନିଅନ୍ତୁ ଏହି କାମ ନହେଲେ ହୋଇପାରେ ବଡ଼ ଅସୁବିଧା

Advertisement

ନୂଆଦିଲ୍ଲୀ: Google Chrome ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କରାଯାଇଛି । ଚେତାବନୀରେ ଗୁଗଲ କ୍ରୋମ ୟୁଜର୍ସଙ୍କୁ କିଛି ବ୍ରାଉଜର ଏକ୍ସଟେନସନ ହଟାଇଦେବା ଦରକାର । ଏହି ଏକ୍ସଟେନସନ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି । ଏହାକୁ ନେଇ ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି । ଏହି ଚେତାବନୀ ପ୍ରସିଦ୍ଧ ଆଣ୍ଟି-ଭାଇରସ କମ୍ପାନୀ McAfee ତରଫରୁ ଦିଆଯାଇଛି । ଏଥିରେ ଅନେକ ଗୁଗଲ କ୍ରୋମ ଏକ୍ସଟେନସନକୁ ନେଇ ଚେତାବନୀ ଦିଆଯାଇଛି ।

ଗୁଗଲ କ୍ରୋମର ଏହି ଏକ୍ସଟେନସନ ମାଲୱେୟାର ସହ ରହିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ଏହି ସବୁ ଏକ୍ସଟେନସନକୁ ୧୪,୦୦,୦୦୦ ରୁ ଅଧିକ ଥର ଡାଉନଲୋଡ କରାଯାଇଛି । ଏହି କାରଣରୁ ଗୁଗଲ କ୍ରୋମ୍ ୟୁଜର୍ସଙ୍କୁ ଏହାକୁ ତୁରନ୍ତ ହଟାଇଦେବା ଜରୁରୀ । McAfee ତରଫରୁ କୁହାଯାଇଛି ଯେ ଏହି ଏକ୍ସଟେନସନ ଦ୍ୱାରା ୟୁଜର୍ସଙ୍କ ବ୍ରାଉଜିଙ୍ଗ୍ ହାବିଟ୍ କୁ ଲଗାତାର ଟ୍ରାକ୍ କରାଯାଉଛି । ଏହାଦ୍ୱାରା ୟୁଜର୍ସ ଯେତେବେଳେ କୌଣସି ସାଇଟ୍ କୁ ଭିଜିଟ୍ କରିଥାନ୍ତି । ସେତେବେଳେ ଏହା କୁକିଜ୍ ଭଳି ଆସେ ଏବଂ ୟୁଜର୍ସଙ୍କୁ ବିଭିନ୍ନ ସମ୍ବେଦନଶୀଳ ତଥ୍ୟ ଚୋରି କରିଥାନ୍ତି । ଯେଉଁଥିରେ ବ୍ୟାଙ୍କ୍ ତଥ୍ୟ ବି ରହିଛି ।

ଏହି ଏକ୍ସଟେନସନକୁ ହଟାଇଦିଅନ୍ତୁ:

  • Netflix Party (netflixparty1.com)
  • Netflix Party
  • FlipShope — Price Tracker Extension
  • Full Page Screenshot Capture — Screenshotting
  • AutoBuy Flash Sales

ତେବେ ଆପଣ ଏଥିରୁ ସୁରକ୍ଷିତ ରହିପାରିବେ । ଯଦି ଆପଣ ଅସୁରକ୍ଷିତ ଏକ୍ସଟେନସନକୁ ହଟାଇଦେଉଛନ୍ତି । ଏହା ବ୍ୟତୀତ ଡାଉନଲୋଡ କରାଯାଇଥିବା ଏକ୍ସଟେନସନକୁ ସମୟ-ସମୟରେ ଚେକ୍ ମଧ୍ୟ କରୁଥାନ୍ତୁ । କ୍ରୋମରେ ଅନ୍ୟକୌଣସି ଏକ୍ସଟେନସନ ଡାଉନଲୋଡ କରନ୍ତୁ ନାହିଁ ।

Get real time updates directly on you device, subscribe now.