fbpx

ଗୁଗଲ ଡୁଡଲର ପପକନ୍ ଗେମ୍, ସାଙ୍ଗଙ୍କ ସହ ନିଅନ୍ତୁ ମଜା

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ହେଉଛି ଗୁଗଲ । ତେବେ ସମୟେ ସମୟେ ଗୁଗଲ ନିଜ ଡୁଡଲ ଦ୍ବାରା କୌଣସି ଚର୍ଚ୍ଚିତ ବ୍ୟକ୍ତି କିମ୍ବା ସ୍ମରଣୀୟ ବିଷୟର ମହତ୍ତ୍ବକୁ ପ୍ରତିପାଦିତ କରିଥାଏ ।  ଆଜି ଗୁଗଲ ଏକ ଆକର୍ଷଣୀୟ ଡୁଡଲ ତିଆରି କରିଛି । ଏହା ପପକନକୁ ସମର୍ପିତ କରାଯାଇଛି । ପପକନ ବିଶ୍ବର ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ଅଧିକାଂଶ ଲୋକ ଫିଲ୍ମ ଦେଖିବା ସମୟରେ ଖାଇବା ପାଇଁ ପସନ୍ଦ କରିଥାନ୍ତି ।

ପପକନ୍ ପ୍ରତି ରହିଥିବା ଆମର ପ୍ରେମକୁ ଗୁଗଲ ଡୁଡୁଲ ଜରିଆରେ ଦର୍ଶାଇଛି । ଏହାସହିତ ଏକ ଇଣ୍ଚରଆକ୍ଟିଭ ଗେମ୍ ମଧ୍ୟ ସାମିଲ କରିଛି ଗୁଗଲ । ଏହା ନିଜେ କିମ୍ବା ସାଙ୍ଗ ସାଥିଙ୍କ ସହିତ ମଧ୍ୟ ଖେଳିପାରିବେ । ଗୁଗଲ ଡୁଡଲ ଏକ ବିଶେଷ ପ୍ରକାରର ଗୁଗଲ ଲଗୋ ହୋଇଥାଏ । ତେବେ ଆଜି ପପକନର ଏକ ଆକର୍ଷଣୀୟ ଡୁଡଲ ତିଆରି କରିଛି ଗୁଗଲ । କହିରଖୁଛୁ କି, 2020 ମସିହାରେ ଆଜିର ଦିନରେ ଥାଇଲାଣ୍ଡରେ ସବୁଠାରୁ ବଡ ପପକନ୍ ମେସିନ ତିଆରି ହୋଇ ବିଶ୍ବ ରେକର୍ଡ କରିଥିଲା । ଏଥିପାଇଁ ଆଜିର ଦିନକୁ ଗୁଗଲକୁ ସମର୍ପିତ କରିଛି ଗୁଗଲ । ଆଜିର ଡୁଡଲରେ ଏକ ମଜାଳିଆ ଏବଂ ଇଣ୍ଟରାକ୍ଟିଭ୍ ଖେଳ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ଖେଳରେ ଆପଣଙ୍କୁ ପପକର୍ଣ୍ଣ କର୍ଣ୍ଣଲଗୁଡିକ ଫାଟିଯିବାକୁ ରୋକିବାକୁ ପଡିବ । ଏହି ଖେଳ କେବଳ ଚିତ୍ତାକର୍ଷକ ନୁହେଁ ବରଂ ଏହା ଆମକୁ ପପକର୍ଣ୍ଣ ପ୍ରତି ପ୍ରେମକୁ ମଧ୍ୟ ମନେ ପକାଇଥାଏ । ଆପଣ ଏହି ଖେଳକୁ ଏକାକୀ କିମ୍ବା ସାଙ୍ଗମାନଙ୍କ ସହିତ ଖେଳିପାରିବେ ।

ଯଦି ପପକନର ଇତିହାସ କଥା ଦେଖିବା ଏହା ବହୁତ ପୁରୁଣା ହୋଇଥାଏ । ପପକନର ଉପଯୋଗ ପ୍ରଥମେ ଆମେରିକାର ଜଣେ ବ୍ୟକ୍ତିଙ୍କ ଦ୍ବାରା କରାଯାଇଥିଲା । ମକାକୁ ଯେତେବେଳେ ଗରମ କରାଯାଏ ସେତେବେଳେ ଏହା ଫାଟି ଯାଇଥାଏ । ଏହାପରେ ଏହା ଏକ ସ୍ବାଦିଷ୍ଟ ସ୍ନାର୍କ୍ସରେ ପରିଣତ ହୋଇଥାଏ । ଏହା ପ୍ରକ୍ରିୟା ଆଜି ମଧ୍ୟ ଲୋକଙ୍କୁ ରୋମାଞ୍ଚ ଲାଗୁଛି । ପପକନ୍ କେବଳ ପାଟିକୁ ସ୍ବାଦିଷ୍ଟ ନୁହେଁ ଦେହ ପାଇଁ ମଧ୍ୟ ହିତକର ଅଟେ ।

Get real time updates directly on you device, subscribe now.