fbpx

Google I/0 2024: ଏବେ ବଦଳି ଯିବ ଗୁଗୁଲ ସର୍ଚ୍ଚ, ୟୁଜରଙ୍କୁ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ମେ ୧୪ରେ Google I/0 2024 ଡେଭେଲପର୍ସ କନଫରେନ୍ସ କାଲିଫର୍ଣ୍ଣିଆରେ ଅୟୋଜିତ ହୋଇଯାଇଛି । ଏହି ଇଭେଣ୍ଟ ମାଧ୍ୟମରେ ଗୁଗୁଲ ଏହାର ନୂତନ ଫିଚର ଏବଂ ପ୍ରୋଜେକ୍ଟର ଉନ୍ମୋଚିତ କରିଥିଲା । ଏହା ସହ Gemini AI ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲା । ମୋଟା ମୋଟି ଭାବରେ ଦେଖିବାକୁ ଗଲେ ଏହାର ଉଦ୍ଦେଶ୍ୟ ହେଉଛି ୟୁଜର୍ସଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ଅଧିକ ଦକ୍ଷ କରିବା । ଏହା ପୂର୍ବରୁ ଗୁଗୁଲ ସର୍ଚ୍ଚ ଲ୍ୟାବରେ AI Summary ଏବଂ ଅନ୍ୟାନ୍ୟ ଫିଚର ଉପସ୍ଥାପନ କରିଥିଲା ।

Google I/0 2024 ଡେଭେଲପର୍ସ କନଫରେନ୍ସ ଇଭେଣ୍ଟରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଥିଲେ ଯେ Gemini AIକୁ ଗୁଗୁଲର ୱାର୍କ ସ୍ପେସରେ ଅଣାଯିବ । ଏହା ସହ ସର୍ଚ୍ଚ ଇଞ୍ଜିନର କ୍ଷମତା ବୃଦ୍ଧି କରିବା ପାଇଁ Gemini AIର ବିସ୍ତୃତ ବ୍ୟବହାର ହେବ । କମ୍ପାନୀ ଆନୁଯାୟୀ Gmail  ଏବଂ ଗୁଗୁଲ ମିଟ୍ ଭଳି ୱାର୍କସ୍ପେସରେ Gemini AI ଆସିଲେ ୟୁଜର୍ସଙ୍କୁ ଅନେକ ସୁବିଧା ମିଳିବା ସହ ସମୟ ମଧ୍ୟ ସଞ୍ଚୟ ହେବ ।

Google AI Overviews

ଗୁଗୁଲ AI Overviews ଜାରି କରିଛି ଯାହା AI ସର୍ଚ୍ଚ ପେଜରେ AI Summary ଭାବରେ ଦେଖିପାରିବେ । ଏହାର ଉଦ୍ଦେଶ୍ୟ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେବା । ଏହା ଆପଣଙ୍କୁ ୱେବସାଇଟ୍ ବ୍ରାଉଜ୍ କରିବା ଚିନ୍ତାରୁ ମୁକ୍ତି ଦେଇଥାଏ । ଏହା ଦ୍ୱାରା ୟୁଜର ସଂକ୍ଷିପ୍ତ ତଥ୍ୟ ପାଇପାରିବେ ଏବଂ ଲିଙ୍କ୍ ମଧ୍ୟ ରହିବ । ତେବେ ଏହି ସୁବିଧା କେବଳ ଆମେରିକୀୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ।

Gemini 1.5 Pro

ସୁନ୍ଦର ପିଚାଇ Geminiର ଲେଟେଷ୍ଟ ଭର୍ସନ Gemini 1.5 Pro ଦେଶର ସମସ୍ତ ଡେଭେଲପର୍ସ ପାଇଁ ଉପଲବ୍ଧ କରାଇଛନ୍ତି । ଏହା ସମସ୍ତ ଡେଭେଲପର୍ସ ଏବଂ ୟୁଜର୍ସଙ୍କ ପାଇଁ ୧୦ ଲକ୍ଷ ଟୋକନ ସହ ଉପଲବ୍ଧ । Gemini 1.5 Pro ୩୫ଟି ଭାଷା ସହ ୱାର୍କସ୍ପେସ୍ ଲ୍ୟାବରେ ଉପଲବ୍ଧ ।

ଭିଡ଼ିଓ କଲିଂ ପ୍ରୋଜେକ୍ଟ ଷ୍ଟାରଲାଇନ୍‌

ଏହି ଇଭେଣ୍ଟରେ ଭିଡ଼ିଓ କଲିଂ ପ୍ରୋଜେକ୍ଟ ଷ୍ଟାରଲାଇନ୍ ମଧ୍ୟ ଲଞ୍ଚ୍ କରାଯାଇଥିଲା । ଏଥିରେ 3D କ୍ୟାମେରା ସହ AI ବ୍ୟବହାର କରାଯାଇଛି ଯାହା ଆପଣଙ୍କୁ ରିଅଲିଷ୍ଟିକ୍ ଅନୁଭୂତି ପ୍ରଦାନ ଅଫର କରିଥାଏ । ଏହା ବ୍ୟତୀତ ଗୁଗୁଲ Ask Photos ନାମକ ଏକ ନୂତନ ଫିଚର ଉପସ୍ଥାପନ କରିଛି ଯାହା ଦ୍ୱାରା ଆପଣ ସହଜରେ ଫଟୋ ଏବଂ ଭିଡ଼ିଓ ଖୋଜି ପାରିବେ ।

Get real time updates directly on you device, subscribe now.