ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍ସ କମ୍ପାନୀ ନିଜର ଲୋକେସନ ହିଷ୍ଟ୍ରୀ ସେଭ୍ କରିବାର ପ୍ରଣାଳୀ ପରିବର୍ତ୍ତନ କରିବାକୁ ଯାଉଛି । ଗୁଗଲ ଗତ ବର୍ଷ ଘୋଷଣା କରିଥିଲାଯେ, ୟୁଜର୍ସ ନିଜ ଟାଇମଲାଇନ ଡାଟାକୁ ବା ଡିଭାଇସରେ ସେଭ୍ କରିପାରେ ବା କ୍ଲାଉଡ ଉପରେ ଏନକ୍ରିପ୍ଟେଡ ଫର୍ମରେ ବ୍ୟାକଅପ ନେଇପାରେ । ଆସନ୍ତୁ ଏହି ବିଷୟରେ ଜାଣିବା..
ଗୁଗଲ ବର୍ତ୍ତମାନ ୟୁଜର୍ସଙ୍କୁ ଇମେଲ ମାଧ୍ୟମରେ ଇନଫର୍ମ କରୁଛି ଯେ, ଯଦି ସେମାନେ ନିଜ ଲୋକେସନ ହିଷ୍ଟ୍ରୀ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ । ନଚେତ ସେମାନଙ୍କର ସମସ୍ତ ଡାଟା ଡିଲିଟ ହୋଇଯିବ । ଡିଲିଟ ହେବାରଡେଡଲାଇନ ପ୍ରତି ୟୁଜରଙ୍କ ପାଇଁ ଭିନ୍ନ ହୋଇପାରେ ।
ଗୁଗଲ ବର୍ତ୍ତମାନ ଲୋକେସନ ଡାଟାଲୁ ପ୍ରତି ଡିଭାଇସ ପାଇଁ ଭିନ୍ନ-ଭିନ୍ନ ସେଭ୍ କରିବ । ଏହାର ଅର୍ଥ ଯେ, ଆପଣଙ୍କ ଟାଇମଲାଇନ ବର୍ତ୍ତମାନ ୱେବରେ ଇଣ୍ଟିଗ୍ରେଟ ହେବନି । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ଗୁଗଲ ପୂର୍ବ ୩ ମାସର ଡାଟା ଡିଲିଟ କରିବ । ଏହାପରେ ନୂଆ ଲୋକେସନ ହିଷ୍ଟ୍ରୀ କେବଳ ଡିଭାଇସରେ ଲୋକାଲୀ ସେଭ୍ ହେବ ।
କିପରି କରିବେ ଡାଟା ସେଭ୍:
-.Google Takeoutର ବ୍ୟବହାର କରନ୍ତୁ ଏବଂ takeout.google.comକୁ ଯାଆନ୍ତୁ ।
-କେବଳ ‘ଲୋକେସନ ହିଷ୍ଟ୍ରୀ(ଟାଇମଲାଇନ)’ ଅପସନକୁ ଟିକ୍ କରନ୍ତୁ ।
-‘ନେକ୍ସଟ ଷ୍ଟେପ’ ଉପରେ କ୍ଲିକ୍ କରନ୍ତୁ ଏବଂ ‘କ୍ରିଏଟ ଏକ୍ସପୋର୍ଟ’ ସିଲେକ୍ଟ କରନ୍ତୁ ।