ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ଯେତିକି ବଢ଼ୁଛି ସେହି ଅନୁପାତରେ ସାଇବର ଠକଙ୍କର ରାଜୁତି ବଢ଼ିବାରେ ଲାଗିଛି । ବିଭିନ୍ନ ନୂଆ ନୂଆ ତରିକା ଆପଣାଇ ସାଇବର ଠକମାନେ ଲୋକଙ୍କର ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି । ଏପରି ସ୍ଥିତିରେ କେବଳ ମୁଣ୍ଡରେ ହାତ ଦେଇ ବସିବା ହିଁ ସାର ହେଉଛି । ତେବେ ଏହି ସମସ୍ୟା ପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି ।
ନିକଟରେ ଗୁଗଲ ପେ ପକ୍ଷରୁ ଏକ ନୂଆ ଟେକ୍ନୋଲୋଜି ‘ୟୁପିଆଇ ଲାଇଟ୍’ ଲଞ୍ଚ କରାଯାଇଛି । ବିନା ୟୁପିଆଇ ପିନ୍ ଦେଇ ଆପଣ ମାତ୍ର ଗୋଟିଏ କ୍ଲିକରେ ପେମେଣ୍ଟ କରିପାରିବେ । ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଆପଣ ସହଜରେ ସାଇବର ଠକଙ୍କ କବଳରୁ ରକ୍ଷା ପାଇପାରିବେ । ୟୁପିଆଇ ଲାଇଟ ଆକାଉଣ୍ଟରେ ଆପଣ ଦିନକୁ ଦୁଇ ଥର ୨ ହଜାର ଟଙ୍କା ଲେଖାଏଁ ଅପଲୋଡ୍ କରିପାରିବେ । ଉକ୍ତ ଟଙ୍କାରୁ ଆପଣ ଥରକରେ ୨୦୦ରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ । ଆପଣ ଦୈନିକ ୪ ହଜାର ଟଙ୍କାର ପେମେଣ୍ଟ କରିପାରିବେ ।
ୟୁପିଆଇ ଲାଇଟ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ହୋଇଥିଲେ ହେଁ ଏହା କୋର ବ୍ୟାଙ୍କ ସିଷ୍ଟମ ସହିତ ଜଡ଼ିତ ନୁହେଁ । ତେଣୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଭୁଲରେ ବି ଅଧିକ ଟଙ୍କା କଟିବାର ସମ୍ଭାବନା ନାହିଁ । ଏହି ଟେକ୍ନୋଲୋଜି ଦ୍ୱାରା ଆପଣ ସାଇବର ଠକାମିରୁ ବର୍ତ୍ତି ପାରିବେ । ଠକମାନେ ଆପଣଙ୍କ ଆକାଉଣ୍ଟ ଖାଲି ପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ଆରବିଆଇ ଓ ଏନପିସିଆଇ ପକ୍ଷରୁ ୟୁପିଆଇ ଲାଇଟ୍ ପେମେଣ୍ଟ ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିଲା ।