fbpx

Google play store ଡାଉନ: ନା ଖୋଲୁଛି ସାଇଟ, ନା ଓପେନ ହେଉଛି ଆପ୍, ୟୁଜର୍ସ ଚିନ୍ତାଗ୍ରସ୍ତ

ନୂଆଦିଲ୍ଲୀ: ଗୁଗୁଲ ପ୍ଲେ ଷ୍ଟୋର ଡାଉନ ହେବାର ଖବର ସାମ୍ନାକୁ ଆସିଛି । ପ୍ଲେ ଷ୍ଟୋର ଡାଉନ ହେବା ଯୋଗୁଁ ୟୁଜର୍ସଙ୍କୁ ବହୁ ଅସୁବିଧାରେ ପକାଇଛି । ପ୍ଲେ ଷ୍ଟୋରର ସାଇଟ ଏବଂ ମୋବାଇଲ ଆପ ଦୁଇଟି ଯାକ ବନ୍ଦ ହୋଇ ପଡିଛି, ଯେଉଁଥିପାଇଁ ୟୁଜର୍ସ ବର୍ତ୍ତମାନ ଚିନ୍ତାଗ୍ରସ୍ତ ଅଛନ୍ତି ।

ସୂଚନା ଅନୁଯାୟୀ, ଯେହେତୁ ଆଣ୍ଡ୍ରୋଏଡ ସେଟରେ ଚାଲୁଥିବା ଅନ୍ୟାନ୍ୟ ଆପ ଗୁଗୁଲ ପ୍ଲେ ଷ୍ଟୋର ଦ୍ୱାରା ଅପଡେଟ ଏବଂ ଡାଉନ ଲୋଡ ହୋଇଥାଏ, ତେଣୁ ଏହାର ଡାଉନକୁ ନେଇ ଅନେକ ୟୁଜର୍ସ ଚିନ୍ତାରେ ରହିଛନ୍ତି । ଗୁଗୁଲ ପ୍ଲେ ଷ୍ଟୋରର ସାଇଟକୁ ଯିବା ପରେ ୫୦୦ ଏରର ର ମେସେଜ ଆସୁଛି । ସେହିପରି ପ୍ଲେ ଷ୍ଟୋର ମୋବାଇଲ ଆପର ମଧ୍ୟ ରହିଛି । ଆଉଟେଜକୁ ଟ୍ରାକ କରୁଥିବା ସାଇଟ ଡାଉନ ଡିଟେକ୍ଟର ମଧ୍ୟ ପ୍ଲେ ଷ୍ଟୋର ବନ୍ଦକୁ ନିଶ୍ଚିତ କରିଛି ।

ପ୍ଲେ ଷ୍ଟୋରର ଡାଉନ ହେବାକୁ ନେଇ ଡାଉନଡିକ୍ଟେରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩,୦୦୦ ରୁ ଅଧିକ ୟୁଜର୍ସ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଟ୍ୱିଟରରେ ମଧ୍ୟ ଲୋକମାନେ ଗୁଗୁଲ ପ୍ଲେ ଆଉଟେଜ୍ କୁ ନେଇ ଅଭିଯୋଗ କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.