ନୂଆଦିଲ୍ଲୀ: ସାଇବର ସୁରକ୍ଷା କମ୍ପାନୀ ବିଟଡେଫେଣ୍ଡର ଗବେଷକମାନେ ଗୁଗୁଲ ପ୍ଲେ ଷ୍ଟୋରରେ 331 ଟି ବିପଦପୂର୍ଣ୍ଣ ଆପ୍ ଖୋଜି ହଟାଇ ଦେଇଛନ୍ତି । ଏହି ଆପ୍ ଗୁଡିକ ବିଜ୍ଞାପନ ଠକେଇ ଏବଂ ଫିସିଂ ମାଧ୍ୟମରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଚୋରି କରୁଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଆପ୍ ଗୁଡ଼ିକ 60 ମିଲିୟନରୁ ଅଧିକ ଥର ଡାଉନଲୋଡ୍ ହୋଇଥିଲା ଏବଂ ଏଗୁଡ଼ିକ ଆଣ୍ଡ୍ରଏଡ୍ 13 ର ସୁରକ୍ଷାକୁ ମଧ୍ୟ ବାଇପାସ୍ କରିଥିଲା।
ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ଏହି ବିପଦପୂର୍ଣ୍ଣ ଆପଗୁଡ଼ିକୁ ହଟାଇ ଦେଇଛି । ତଥାପି, ବିଟଡିଫେଣ୍ଡର ରିପୋର୍ଟ ଅନୁଯାୟୀ, ଗବେଷଣା ଶେଷରେ 15ଟି ଆପ୍ ଉପଲବ୍ଧ ଥିଲା। ଭାପର୍ ଅପରେସନ୍ ହେଉଛି ସାଇବର ଅପରାଧୀମାନଙ୍କ ଦ୍ୱାରା ପରିଚାଳିତ ଏକ ଠକେଇ ଅଭିଯାନ। ପ୍ରାରମ୍ଭରେ, ଏଥିରେ 180ଟି ଆପ୍ ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରତିଦିନ 200 ନିୟୁତ ନକଲି ବିଜ୍ଞାପନ ଅନୁରୋଧ ସୃଷ୍ଟି କରୁଥିଲା।
ବର୍ତ୍ତମାନ ଏହି ସଂଖ୍ୟା 331 ଆପରେ ପହଞ୍ଚିଛି, ଯାହା ହେଲ୍ଥ ଟ୍ରାକର୍ସ, QR ସ୍କାନର, ନୋଟସ୍ ଆପ୍ସ ଏବଂ ବ୍ୟାଟେରୀ ଅପ୍ଟିମାଇଜର୍ସ ଭଳି ବର୍ଗରେ ବିସ୍ତାରିତ। ଏହି ଆପ୍ସଗୁଡ଼ିକ ମଧ୍ୟରେ AquaTracker, ClickSave Downloader, ଏବଂ Scan Hawk ଅନ୍ତର୍ଭୁକ୍ତ ଯାହା 1 ନିୟୁତ ଥର ଡାଉନଲୋଡ୍ ହୋଇସାରିଛି ।
ଏହା ସହିତ TranslateScan ଏବଂ BeatWatch ଆପ୍ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ 1 ଲକ୍ଷରୁ 5 ଲକ୍ଷ ଡାଉନଲୋଡ୍ କରାଯାଇଛି । ଏହି ଆପଗୁଡ଼ିକ ଅକ୍ଟୋବର 2024 ରୁ ମାର୍ଚ୍ଚ 2025 ମଧ୍ୟରେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଅପଲୋଡ୍ କରାଯାଇଥିଲା।