fbpx

ଦେଶରେ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ହେବ ସଂପୂର୍ଣ୍ଣ ବ୍ୟାନ୍, କେନ୍ଦ୍ର ସରକାର ଜାରି କଲେ ଶେଷ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍ ଖାସ କରି ପ୍ଲାଷ୍ଟିକ ଜରି ପାଣି ବୋତଲରୁ ପରିବେଶକୁ ହେଉଥିବା କ୍ଷତିକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଆଡଭାଇଜରୀ ଜାରି କରି ସିଙ୍ଗିଲ-ୟୁଜ୍ ପ୍ଲାଷ୍ଟିକକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ତରଫରୁ କୁହାଯାଇଛି ଯେ ଏମିତି କରିବା ଦ୍ୱାରା ପରିବେଶକୁ ଆହୁରି ଉନ୍ନତ କରିବାରେ ସହାୟକ ହେବ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୂଯାୟୀ ଦେଶର ୪,୭୦୪ ସହରାଞ୍ଚଳ ମଧ୍ୟରୁ ୨,୫୯୧ରେ ପ୍ଲାଷ୍ଟିକ୍ ଉପରେ ବ୍ୟାନ୍ ଲଗାଯାଇଛି । ଏମିତିରେ ଏବେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମିଶି ଏହା ସୁନିଶ୍ଚିତ କରନ୍ତୁ ଯେ ବାକିଥିବା ୨୧୦୦ ରୁ ଅଧିକ ସହରାଞ୍ଚଳରେ ୩୦ ଜୁନ୍ ୨୦୨୨ ସୁଦ୍ଧା ନିକଟରେ ଏହାକୁ ବ୍ୟାନ୍ କରାଯାଉ ।

ସରକାରୀ ଆଡଭାଇଜରୀ ଅନୂଯାୟୀ ପରିବେଶ ବଞ୍ଚାଇବା ପାଇଁ କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ୩୦ ଜୁନ୍ ସୁଦ୍ଧା ଅନେକ ପଦକ୍ଷେପ ନେବାକୁ କହିଛି । ଏଥିରେ ଖାସକରି ପ୍ଲାଷ୍ଟିକ୍ ଜରି ଏବଂ ପାଣି ବୋତଲର ସଫା ପାଇଁ ଅଭିଯାନକୁ ଗୁରୁତ୍ୱ ଦେଇଛି । କେନ୍ଦ୍ର ଆଡଭାଇଜରୀରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କୁହାଯାଇଛି । ପ୍ଲାଷ୍ଟିକ ଜରି କିମ୍ବା ବେଆଇନ ଭାବେ ତିଆରି କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର ଅର୍ଥଦଣ୍ଡ ଲଗାଇବାକୁ ପରାମର୍ଶ ରହିଛି ।

ସୂଚନାଯୋଗ୍ୟ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା (ସଂଶୋଧନ) ନିୟମ ୨୦୨୧ ଅନୂଯାୟୀ ୭୫ ମାଇକ୍ରୋନ ଅର୍ଥାତ୍ ୦.୦୭୫ ମିମି ମୋଟେଇରୁ କମ୍ ପ୍ଲାଷ୍ଟିକ ଦ୍ୱାରା ନିର୍ମିତ ବ୍ୟାଗ୍ର ନିର୍ମାଣ ଆମଦାନୀ, ସଂରକ୍ଷଣ, ବିକ୍ରି ତଥା କୌଣସି ପ୍ରକାର ବ୍ୟବହାର ପାଇଁ ୩୦ ସେପ୍ଟେମ୍ବର ୨୦୨୧ ରୁ ପ୍ରତିବନ୍ଧକ ଲାଗିଛି । ଏମିତିରେ ବ୍ୟାପକ ସଚେତନତା ଅଭିଯାନ ପରେ ବି ଅପେକ୍ଷାକୃତ ସଫଳତା ମିଳିନାହିଁ ଫଳରେ ପରିବେଶ ସଂରକ୍ଷଣ ଦିଗରେ କାମ କରୁଥିବା ସଂଗଠନ ସରକାରଙ୍କ ଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Get real time updates directly on you device, subscribe now.