fbpx

ଯାତ୍ରୀଙ୍କ ପାଇଁ ବଡ଼ ଖବର: ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ଉଡ଼ାଣ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା ଲାଗିଛି । କିନ୍ତୁ କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ । ଡିଜିସିଏ ଅନୁମତି ନେଇ ସ୍ୱତନ୍ତ୍ର ଭାବେ ଏହା ବିମାନ ଯାତ୍ରା କରିପାରିବ । ଏହା ପୂର୍ବରୁ କେନ୍ଦ୍ର ସରକାର ଉଡ଼ାଣ କଟକଣାକୁ ମେ’ ୩୧ରୁ ଜୁନ୍ ୩୧ କୁ ବୃଦ୍ଧି କରିଥିଲେ ।

ତେବେ ଦେଶରେ କରୋନା ମହମାରୀର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ । ପ୍ରତିଦିନ କରୋନା ସଂକ୍ରମଣର ମାମଲାରେ କମ୍-ଅଧିକ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୮୧୭ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪କୁ ବୃଦ୍ଧି ପାଇଛି । ଦିନକରେ ୪୫ ହଜାର ୯୫୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୭ ହଜାର ୬୪ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୪ ଲକ୍ଷ ୬୬୨୭ ହଜାର ୩୩୦ରେ ପହଞ୍ଚିଛି ।

Get real time updates directly on you device, subscribe now.