ନୂଆଦିଲ୍ଲୀ: ଜାତୀୟ ଦିବ୍ୟାଙ୍ଗ ଆର୍ଥିକ ଏବଂ ଉନ୍ନୟନ ନିଗମ ଏନ୍.ଡି.ଏଫ୍.ଡି.ସି ଅଧୀନରେ ଦିବ୍ୟାଙ୍ଗମାନଙ୍କୁ ଶତକଡା ଏକ ଭାଗ ସୁଧ ଛାଡ ପାଇଁ ସରକାର ଘୋଷଣା କରିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ କ୍ଷମତାପନ୍ନ କରିବା ଏବଂ ସେମାନଙ୍କର ସମଷ୍ଟିଗତ ଆର୍ଥିକ ବିକାଶ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ କ୍ଷମତାପନ୍ନ ବିଭାଗର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଆର୍ଥିକ ସହାୟତା ଲୋଡୁଥିବା ଦିବ୍ୟାଙ୍ଗମାନଙ୍କର ଆର୍ଥିକ ବୋଝ ହ୍ରାସ କରିବା ଏବଂ ଦାୟିତ୍ୱଶୀଳ ପରିଶୋଧ ବ୍ୟବସ୍ଥାକୁ ଉତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।