ମାଗଣା ଯୋଜନା ପାଇଁ ସରକାରଙ୍କ ପାଖରେ ଖୁଵ ପଇସା ଅଛି, ଜଜଙ୍କ ଦରମା ଆଉ ପେନସନ ଦେବାକୁ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭l୧: ଜିଲ୍ଲା ଅଦାଲତର ଜଜଙ୍କ ଦରମା ଏବଂ ପେନସନକୁ ନେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ l ସରକାରଙ୍କ ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ଼ ବିବୃତ୍ତି ଦେଇଛନ୍ତିl ସୁପ୍ରିମକୋର୍ଟ କହିଛନ୍ତି, ଯିଏ କାମ କରୁନାହାନ୍ତି ତାଙ୍କ ପାଇଁ ସରକାରଙ୍କ ପାଖରେ ପଇସା ଅଛି ମାତ୍ର ଯେତେବେଳେ ଜଜଙ୍କ ଦରମା ଏବଂ ପେନସନର ପ୍ରଶ୍ନ ଉଠେ ସେତେବେଳେ ଆର୍ଥିକ ପରିସ୍ଥିତିର ଉଦାହରଣ ଦେଉଛନ୍ତି l

କୋର୍ଟ କହିଛନ୍ତି, “ନିର୍ବାଚନ ଆସିବା ମାତ୍ରେ କେତେ କଣ ଯୋଜନା ଘୋଷଣା ଆରମ୍ଭ ହେବ, ଯେଉଁଠାରେ ହିତାଧିକାରୀଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରାଯିବ ବୋଲି କୁହାଯାଉଛି। ଦିଲ୍ଲୀର ଦଳମାନେ ମୁଣ୍ଡ ପିଛା ୨୫00 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ନିର୍ବାଚନ ଜିତି ଯାନ୍ତି ତେବେ ଭୋଟରଙ୍କୁ ଏହି ଅର୍ଥରାଶି ପ୍ରଦାନ କରିବେ l ମାତ୍ର ଜଜଙ୍କ ଦରମା ଆଉ ଅବସର ପରେ ପେନସନ ବଢାଇବାକୁ ପଇସା ନାହିଁ l

ସୂଚନାଯୋଗ୍ୟ, ୨୦୧୫ରେ ଦାଖଲ ହୋଇଥିବା ଏହି ଆବେଦନରେ ବିଚାରପତିଙ୍କ ସ୍ୱଳ୍ପ ବେତନ ଏବଂ ଅବସର ପରେ ଉପଯୁକ୍ତ ପେନସନ ନ ପାଇବା ବିଷୟରେ କୁହାଯାଇଛି। ସାରା ଦେଶରେ ଏ ବାବଦରେ କୌଣସି ନୀତି ନାହିଁ ବୋଲି ମଧ୍ୟ ସନ୍ଦର୍ଭରେ ଦର୍ଶାଯାଇଛି l