fbpx

ମୃତଦେହରୁ କାଢ଼ିନେଲେ କିଡନୀ! ସରକାରୀ ହସ୍ପିଟାଲ୍ ପ୍ରତି ସନ୍ଦେହ

Advertisement

କୋଲକାତା: ସରକାରୀ ହସ୍ପିଟାଲରେ ଚାଲିଛି କିଡନୀ ରାକେଟ୍! ମୃତ ଶରୀରରୁ କାଢ଼ିନେଲେ କିଡ୍ନୀ ।  ଏଭଳି ଏକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି ଓ ଘଟଣାର ନିରପେକ୍ଷ ତଦନ୍ତ ଜାବି ତେଜିବାରେ ଲାଗିଛି ।

ସୂଚନା ଅନୁସାରେ ହୁଗୁଳି ଜିଲ୍ଲା ଚନ୍ଦନନଗର ମହକୁମା ହସ୍ପିଟାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ତାଙ୍କ ଶରୀରରୁ କିଡ୍ନୀ କାଢ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରିବାକୁ କହିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲେ ମଧ୍ୟ ଅଭିଯୋଗର ତଦନ୍ତ ପାଇଁ ଦାବି ହେଉଛି ।

ଅଭିଯୋଗ ହୋଇଛି ଯେ ଗତ ଶନିବାର ଭଦ୍ରେଶ୍ୱର ଥାନା ନିକଟ ସେଗୁନବଗାନ ନିବାସୀ ରୁବିୟା ଖାତୁନଙ୍କ ଶ୍ୱାସକ୍ରିୟାରେ କଷ୍ଟ ହୋଇଥିଲା । ତାଙ୍କୁ ତୁରନ୍ତ ଚନ୍ଦନନଗର ସରକାରୀ ହସ୍ପିଟାଲରେ ଭର୍ତ୍ତି ପକରାଯାଇଥିଲା । ହେଲେ ଶନିବାର ରାତିରେ ରୁବିୟାଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଲା । ପରିବାର ଲୋକେ ରବିବାର ମୃତଦେହ ଆଣି ଅନ୍ତିମ ସଂସ୍କାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ରୁବିୟାଙ୍କ ପେଟ କଟା ହୋଇଥିବା ଜଣାପଡ଼ିଥିଲା । ଏଥିସହ ତାଙ୍କ କିଡନୀ କାଢ଼ି ନିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୮ ଏପ୍ରିଲ୍ ୨୫ରେ କୋଲକାତାରେ ଏଭଳି ଏକ ବଡ଼ ଧରଣର କିଡନୀ ର୍ୟାକେଟ୍ ଚାଲିଥିବା ପର୍ଦ୍ଦାଫାସ ହୋଇଥିଲା । ଉତ୍ତର ୨୪ ପ୍ରଗଣା ଅଞ୍ଚଳରୁ ଏହି ମାମଲାରେ ସମ୍ପୃକ୍ତ ୯ ଜଣଙ୍କୁ ନୈହାଟି ପୋଲିସ୍ ଗିରଫ କରିଥିଲା । ଅଭିଯୁକ୍ତମାନେ ଅନ୍ତଃରାଜ୍ୟ କିଡନୀ ର୍ୟାକେଟ୍ ସହ ସମ୍ପୃକ୍ତ ଏବଂ ୨୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବିନିୟମରେ କିଡନୀ ବିକ୍ରି କରୁଥିବା ଭଳି ସଙ୍ଗୀନ୍ ଅଭିଯୋଗ ହୋଇଥିଲା । ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Get real time updates directly on you device, subscribe now.