fbpx

ଶାସନର ସୁଫଳ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ କହିଛନ୍ତି, କେନ୍ଦ୍ର ସରକାର ପ୍ରେତ୍ୟକ ସ୍ତରରେ ପଦ୍ଧତି ଓ ପ୍ରକ୍ରିୟାର ସରଳୀକରଣ କରି ଦେଶେର ଇକୋ ସିଷ୍ଟମକୁ ସ୍ୱଚ୍ଛ ଓ ଦ୍ରୁତ କରିବା ପାଇଁ ଅନବରତଭୋବ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି, ଶାସନର ସୁଫଳ ସବୁ ସ୍ଥାନେର ପହଁଞ୍ଚାଇବା ଓ ଦେଶର ନାଗରିକମାନଙ୍କ ଜୀବନରେ ଏହାର ହସ୍ତେକ୍ଷପକୁ ହ୍ରାସ କରିବାପାଇଁ ସରକାର ଅଗ୍ରାଧିକାର ଦେଇ ଆସୁଅଛନ୍ତି । ଦ୍ୱିତୀୟ ସୁଶାସନ ସପ୍ତାହର ସଫଳତା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ମୋଦୀ କହିଛନ୍ତି, ଯେ ଦେଶର ଜନସାଧାରଣ ଆଗାମୀ ୨୫ ବର୍ଷ ମଧ୍ୟରେ ଏକ ଗୌରବମୟ ତଥା ଆତ୍ମନିଭର୍ରଶୀଳ ଭାରତ ଗଠନ କରିବାକୁ ସଂକଳ୍ପ ନେଇଛନ୍ତି ।

ଆସନ୍ତା ୧୯ ରୁ ୨୫ ତାରିଖ ମଧ୍ୟରେ ସୁଶାସନ ସପ୍ତାହ ପାଳନ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ହଜାର ହଜାର ପୁରାତନ ନିୟମର ଲୋପ କରି ସରକାର ଏ ଦିଗରେ ବୃହତ ପଦେକ୍ଷପ ଗ୍ରହଣ କରିଛନ୍ତି । ସରକାର ଓ ଲୋକମାନଙ୍କ ମଧ୍ୟରେ ଦୂରତ୍ୱ କମ୍‍ କରିବୋର ବୈଷୟିକ ଜ୍ଞାନ ସାହାଯ୍ୟ କରୁଛି । ନାଗରିକମାନଙ୍କୁ କ୍ଷମତା ବହନ କରିବା ଲାଗି ଏହା ଏକ ଶକ୍ତିଶଳୀ ଅସ୍ତ୍ର ହୋଇପାରିଛି। ତା’ ଛଡ଼ା ଦୈନନ୍ଦୀନ ଜୀବନରେ ସ୍ୱଚ୍ଛତା ଓ ଉତ୍ତରଦାୟିତା ବୃଦ୍ଧି ପାଇଁ ଏହା ଏକ ମାଧ୍ୟମ ହୋଇଛି । ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଲୋକମାନଙ୍କୁ ଡିଜିଟାଲସ୍ତରେର କ୍ଷମତାପନ୍ନ କରିବା ଓ ଅନୁଷ୍ଠାନଗୁଡ଼ିକର ଡିଜିଟାଲ ରୂପାନ୍ତରଣ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

Get real time updates directly on you device, subscribe now.