କରୋନା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାଘାଟରେ ବିକ୍ରି କରୁଥିବା ଲୋକଙ୍କ ନିକଟରେ ଆର୍ଥିକ ସମସ୍ୟା ଦେଖାଯାଉଛି । ସେହି ଲୋକମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ସରକାର ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ଅନେକ ଲୋକ ପିଏମ ସ୍ୱନିଧି ଯୋଜନାର ଲାଭ ଉଠାଇଛନ୍ତି ।
ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧିନରେ ୨୫ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଲକ୍ଷରୁ ଅଧିକ ଲୋକଙ୍କ ଆବେଦନକୁ ଅନୁମୋଦନ କରାଯାଇଛି ।
ତେବେ କରୋନା ସମୟରେ ବ୍ୟବସାୟୀମାନଙ୍କର ଅନେକ କ୍ଷତି ହୋଇଛି । ଅନେକ ଛୋଟ ଦୋକାନୀ ଅଛନ୍ତି, ଯେଉଁମାନେ ନିଜ ବ୍ୟବସାୟ ପୁନଃ ଆରମ୍ଭ କରିବାକୁ ଅସମ୍ଭର୍ଥ ହେଉଛନ୍ତି । ଲକଡାଉନରେ ପ୍ରଭାବିତ ଦୋକାନୀମାନଙ୍କୁ ସ୍ୱନିଧି ଯୋଜନା ଅଧିନରେ ସରକାର ପୁଞ୍ଜି ଯୋଗାଉଛନ୍ତି ।
ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତାକଡ ଦୋକାନୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ୧୦ ହଜାର ଟଙ୍କା ଋଣ ଦିଆଯାଉଛି । ଏହି ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଋଣ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୋଜନାରେ ଋଣ ନେବା ପାଇଁ କୌଣସି ଗ୍ରାରେଣ୍ଟିର ଆବଶ୍ୟକ ନାହିଁ ।
ରାସ୍ତା-ଘାଟ ବିକ୍ରେତା ମାନେ ୧ ବର୍ଷ ମଧ୍ୟରେ ମାସିକ କିସ୍ତି ହିସାବରେ ଏହି ଟଙ୍କା ସୁଝିପାରିବେ । ଯେଉଁମାନେ ଠିକ୍ ସମୟରେ ଲୋନ୍ ପରିଶୋଧ କରିବେ ୭ ପ୍ରତିଶତ ସୁଧରେ ସବସିଡି ମିଳିବ । ଏହା ସହ ୧୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକର ସୁବିଧା ରହିଛି ।