fbpx

ଭାରତ ସରକାର ଲୋକଙ୍କୁ ମାଗଣାରେ ଦେଉଛନ୍ତି ଫୋନ୍ ରିଚାର୍ଜ! ଜାଣନ୍ତୁ ଭାଇରାଲ ମେସେଜର ସତ

ନୂଆଦିଲ୍ଲୀ: ଦୁନିଆରେ ଲୋକ ଯେତେ ଚାଲାକ୍ ହେଲେ ବି ଠକମାନେ ଟଙ୍କା ଲୁଟିବାକୁ ବିଭିନ୍ନ ଉପାୟ ଆପଣଉଛନ୍ତି । ଡିଜିଟାଲ ବ୍ୟାଙ୍କିଂ ସହ ସେମାନେ ଲୋକମାନଙ୍କୁ ନିଜର ଟାର୍ଗେଟ କରୁଛନ୍ତି । ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଲୋକମାନଙ୍କୁ ନିଜ ଜାଲରେ ଫସାଇ ଠକମାନେ ଟଙ୍କା ଲୁଟିଛନ୍ତି । ଏଚଡିଏଫସି ଓ ଏସବିଆଇ ନିଜ ଗ୍ରାହକମାନଙ୍କୁ ଆଲର୍ଟ କରିଛି । ଏହିପରି ଭାବରେ ଗତ କିଛି ମାସରୁ ଠକେଇ ଚାଲିଛି । ଠକମାନେ କପଟପୂର୍ଣ୍ଣ ଭାବରେ ମେସେଜ ପଠାଇ ଆକାଉଣ୍ଟ ଓ ପାନ କାର୍ଡ ସୂଚନାକୁ ଅପଡେଟ କରିବା ପାଇଁ କହୁଛନ୍ତି । ଏବେ ଏକ ଫେକ୍ ମେସେଜ୍ ହ୍ୱାଟ୍ସଆପରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି କି ଭାରତ ସରକାର ଗ୍ରାହକମାନଙ୍କୁ ମାଗଣାରେ ମୋବାଇଲ ରିଚାର୍ଜ ଦେଉଛନ୍ତି ।

ରିପୋର୍ଟ ଅନୁସାରେ, ଏକ ହ୍ୱାଟ୍ସଆପ ମେସେଜରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ସମସ୍ତ ଭାରତୀୟ ଉପଭୋକ୍ତାଙ୍କୁ ୨୩୯ ଟଙ୍କା ମାଗଣା ଫୋନ୍ ରିଚାର୍ଜ ଦେଉଛନ୍ତି । ଏହାକୁ ମେସେଜିଂ ଆପରେସେୟାର କରାଯାଉଛି । ମେସେଜରେ କୁହାଯାଇଛି କି, ରିଚାର୍ଜ ୨୮ ଦିନ ପାଇଁ ବୈଧ ହେବ ଓ ଉପଭୋକ୍ତାଙ୍କୁ ଗୋଟିଏ ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଛି ।

ଅବଶ୍ୟ ପିଆଇିବ ଫ୍ୟାକ୍ଟ ଚେକ୍ ଟ୍ୱିଟରରେ ଘୋଷଣା କରିଛି କି ଏହି ମେସେଜ ବିଲକୁଲ ମିଛ । ସରକାରଙ୍କ ପକ୍ଷରୁ ଏପରି କୌଣସି ଯୋଜନାର ଘୋଷଣା କରାଯାଇନାହିଁ । ପିଆଇବିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ସ୍ପଷ୍ଟ ହୋଇଛି କି ଏହି ଖବରଟି ସମ୍ପୂର୍ଣ୍ଣ ନକଲି । ଅନ୍ୟପଟେ ଏପରି ଅନେକ ମେସେଜ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ତେଣୁ କୌଣସି ବି ମେସେଜକୁ ଆଖି ବୁଜି ବିଶ୍ୱସା କରନ୍ତୁ ନାହିଁ ବୋଲି ପିଆଇବି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.