fbpx

ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ସଂରକ୍ଷଣ

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ଏଣିକି ସରକାରୀ ସ୍କୁଲରେ ପଢିଥିବା ପିଲାଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଡାକ୍ତରୀ, ଇଞ୍ଜିନିୟରିଂରେ ନାମଲେଖା ପାଇଁ ମିଳିବ ସଂରକ୍ଷଣ ସୁବିଧା । ଆଗାମୀ ଶିକ୍ଷାବର୍ଷରୁ ସଂକ୍ଷଣ ଲାଗୁ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ ହେବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟି ଅଧ୍ୟକ୍ଷ ଭାବେ ରହିବେ । ୩ ମାସରେ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।

Get real time updates directly on you device, subscribe now.