ସରକାରଙ୍କ ଐତିହାସିକ ପଦକ୍ଷେପ: ନୂଆ ଜୀବନ ପାଇବ ୬ ବିମାନବନ୍ଦର

ପାଟନା,୨୦ା୭: କେନ୍ଦ୍ର ସରକାରଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଉଡାନ୍ ଯୋଜନା ଅଧୀନରେ ବିହାରରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ପାଇଁ  ରାଜ୍ୟର ଛଅଟି ଛୋଟ ବିମାନବନ୍ଦର, ମଧୁବନୀ, ସହରସା, ବୀରପୁର (ସୁପୌଲ), ବାଲ୍ମୀକିନଗର (ପଶ୍ଚିମ ଚମ୍ପାରଣ), ମୁଙ୍ଗେର ଏବଂ ମୁଜାଫରପୁର ନୂଆ ଜୀବନ ପାଇବ। ଏହି ରୁଟରେ କାର୍ଯ୍ୟ କରିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଦ୍ୱାରା ମନୋନୀତ ବିମାନ କମ୍ପାନୀ ସ୍ପିରିଟ୍ ଏୟାର LLPକୁ ଚିଠି କରାଯାଇଛି।

ସ୍ପିରିଟ୍ ଏୟାର ଏହି ବିମାନବନ୍ଦରଗୁଡ଼ିକୁ ବିହଟା ବିମାନବନ୍ଦର ଏବଂ ବାରାଣସୀ ସହିତ ସଂଯୋଗ କରୁଥିବା ବିଭିନ୍ନ ଆଞ୍ଚଳିକ ରୁଟରେ ବିମାନ ସେବା ଆରମ୍ଭ କରିବ। ଏହି ପଦକ୍ଷେପ ସୀମାଞ୍ଚଳ, ମିଥିଳା, ତିରହୁତ ଏବଂ ଅଙ୍ଗ ଅଞ୍ଚଳରେ ପରିବହନକୁ ସହଜ କରିବ ଏବଂ ଏହି ପଛୁଆ ଅଞ୍ଚଳଗୁଡ଼ିକରେ ଆର୍ଥିକ, ସାମାଜିକ ଏବଂ ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବ।

ଏ ସମ୍ପର୍କରେ ବିହାରର ମୁଖ୍ୟ ସଚିବ ଅମୃତଲାଲ ମୀନା କହିଛନ୍ତି, ଏହା ରାଜ୍ୟ ପାଇଁ ଗର୍ବର ବିଷୟ ଯେ, ଆମେ ଏକକାଳୀନ ଛଅଟି ଛୋଟ ବିମାନବନ୍ଦରକୁ ପୁନରୁଦ୍ଧାର କରୁଛୁ। ଏହା ସ୍ଥାନୀୟ ନାଗରିକମାନଙ୍କୁ ସୁଲଭ ବିମାନ ସେବା ପ୍ରଦାନ କରିବ ଏବଂ ଦେଶର ସହିତ ରାଜ୍ୟର ସଂଯୋଗକୁ ସୁଦୃଢ଼ କରିବ।