ସରକାରଙ୍କ ପ୍ରସ୍ତୁତି, ଗତବର୍ଷ ଭଳି ରଥଯାତ୍ରାରେ ଆଉ ହେବନି ଅଘଟଣ !
ଗତବର୍ଷ ପହଣ୍ଡି ବେଳେ ଚାରମାଳରୁ ଖସି ପଡିଥିଲେ ବଳଭଦ୍ର। ତେଣୁ ଏବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ।
ପୁରୀ: ଗତବର୍ଷ ରଥଯାତ୍ରା ଘଟଣା ଏବେଯାଏଁ କାହାରି ମନରୁ ଲିଭିନି। ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ୱିତୋଫାନ ହୋଇଥିଲା।
ଆଉ ଏବେ ଯେହେତୁ ରଥଯାତ୍ରା ପାଖେଇ ଆସିଲାଣି, ତେଣୁ ଗତବର୍ଷ ଭଳି ଆଉ ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ।
ଚାରମାଳ ନିରୀକ୍ଷଣ ଦାୟିତ୍ୱରେ ରହିବେ ବରିଷ୍ଠ ଅଧିକାରୀ। ଭୋଇ ସେବକ ଓ ତତ୍ତ୍ୱାବଧାରକ କରିବେ ନିରୀକ୍ଷଣ। ଗତବର୍ଷ ଚାରମାଳରୁ ମୁହଁମାଡ଼ି ପଡ଼ିଥିଲେ ବଡ଼ଠାକୁର। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଶୃଙ୍ଖଳିତ ପହଣ୍ଡି ଉପରେ ପ୍ରଶାସନର ଗୁରୁତ୍ୱ। ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ବରିଷ୍ଠ ଅଧିକାରୀ ନିୟୋଜିତ।
ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ, ଅଧିକାରୀ। ଗତବର୍ଷ ଭଳି ପହଣ୍ଡି ଅଘଟଣ ଯେଭଳି ନ ହୁଏ ସେଥିପ୍ରତି ଗୁରୁତ୍ୱ। ପହଣ୍ଡି ବେଳେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ। ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ଉପସ୍ଥିତ ରହିବେ। ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ନୀତିକାନ୍ତି ଶୃଙ୍ଖଳିତ ସମାପନକୁ ଗୁରୁତ୍ୱ।