fbpx

କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟପାଳ ରଘୁବର ଦାସଙ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଆସିଛି ଏକ ବଡ଼ ଖବର । ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟପାଳ ଶ୍ରୀ ଦାସଙ୍କ ଅସ୍ତ୍ରୋପଚାର କରାଯାଇଛି । ରାଜ୍ୟପାଳଙ୍କ ଅର୍ଶ ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏକ ମେଡିକାଲ ଟିମଙ୍କୁ ନିୟୋଜିତ କରାଯାଇଛି । ତେବେ ଅସ୍ତ୍ରୋପଚାର ପରେ ରାଜ୍ୟପାଳ ରାଜଭବନକୁ ଫେରିଯାଇଥିବା ଜଣାପଡ଼ିଛି । ସକାଳ ୯.୪୦ ସମୟରେ ର୍ୟାପାଳ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ।

ଡାକ୍ତରମାନେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅତ୍ୟାଧୁିକ ମଡ୍ୟୁଲାର ଓଟିରେ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏହାପରେ ସେ ସନ୍ଧ୍ୟା ୫ଟାରେ ରାଜଭବନ ଫେରିଯାଇଥିଲେ । ଏହି ଅସ୍ତ୍ରୋପଚାର ପାଇଁ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର) ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟପାଳଙ୍କ ଅସ୍ତ୍ରୋପଚାର କରାଯିବା ପ୍ରଥମ ଘଟଣା । କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟପାଳଙ୍କ ଅସ୍ତ୍ରୋପଚାର କରାଯିବା ସରକାରୀ ମେଡିକାଲରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିକୁ ସୂଚାଉଥିବା କୁହାଯାଉଛି ।

Get real time updates directly on you device, subscribe now.