(Video) ମାଧ୍ୟମିକ ଶିକ୍ଷା କର୍ମଚାରୀଙ୍କ ପାଇଁ ଖୁସି ଖବର, ଘର ତିଆରି ପାଇଁ ମିଳିବ ଟଙ୍କା

ଭୁବନେଶ୍ୱର- ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର । ଶିକ୍ଷକଙ୍କ ଏକ ବଡ ଚିନ୍ତା ହେବ ଦୂର । ସରକାର ଏଥିପାଇଁ କରିବେ ସାହାଯ୍ୟ । ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନେଇଛି ନିଷ୍ପତ୍ତି, ସମସ୍ତ ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଘର ତିଆରି ପାଇଁ ମିଳିବ ଅଗ୍ରୀମ ଟଙ୍କା । ଖାଲି ଘର ତିଆରି ପାଇଁ ନହେଁ ନୂଆ ଜମି କିଣିବା ପାଇଁ ବି ସରକାର ଅଗ୍ରୀମ ପ୍ରଦାନ କରିବେ ।

ଏଥିପାଇଁ ସମ୍ପୃକ୍ତ ଶିକ୍ଷକ ବା କର୍ମଚାରୀଙ୍କୁ ଜମିର ତଥ୍ୟ ସହ ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟ ଦାଖଲ କରିବାକୁ ହେବ । ସେହିପରି ପୁରୁଣା ଜମିରେ ନୂଆ ଘର ତିଆରି ବା କୌଣସି ଘର କିଣିବା ପାଇଁ ମଧ୍ୟ ସରକାର ଅର୍ଥ ସହାୟତା କରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସବୁ ଡିଇଓଙ୍କୁ ଚିଠି କରାଯାଇଛି । ପୁରୁଣା ଜମିରେ ନୂଆ କୋଠା ପାଇଁ କୋଠାବାଡି ନିର୍ମାଣ ବିଭାଗ, ବିଡିଓ ଓ ହାଉସିଂ ବୋର୍ଡର ଆକଳନ ତଥ୍ୟ ଦାଖଲ କରିବାରୁ ହେବ । ଏହି ଦସ୍ତାବିଜ ସହ ଶିକ୍ଷକ ଓ କର୍ମଚାରୀଙ୍କୁ ସେମାନଙ୍କ ହାଉସ ପ୍ଲାନ ମଧ୍ୟ ଦାଖଲ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସରକାରଙ୍କ ଏହି ନିଷ୍ପତ୍ତ୍ିକୁ ନେଇ ହାଇସ୍କୁଲ ଶିକ୍ଷା ସହ ଜଡିତ କର୍ମଚାରୀଙ୍କ ମଧ୍ୟରେ ଖୁସି । ଏହା ସେମାନଙ୍କ ପାଇଁ ବଡ ସହାୟକ ହେବ ବୋଲି କୁହାଯାଉଛି ।