fbpx

ଗାନ୍ଧୀ ପରିବାରକୁ ଝଟକା ! ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂଗଠନ ଉପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ(FCRA) ଲାଇସେନ୍ସ ରଦ୍ଦ କରାଯାଇଛି। ବୈଦେଶିକ ପାଣ୍ଠି ନିୟମର ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ ହେବାରୁ ଏହି ଏନଜିଓ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ୨୦୨୦ ଜୁଲାଇରେ ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ରିପୋର୍ଟ ଆଧାରରେ ବର୍ତ୍ତମାନ ସରକାର ଏମିତି ପଦକ୍ଷେପ ନେଇଛନ୍ତି। ଯାଞ୍ଚ କମିଟିରେ ଗୃହ ମନ୍ତ୍ରଣାଳୟ, ଇଡି, ସିବିଆଇ ଏବଂ ଆଇଟି ବିଭାଗର ଅଧିକାରୀ ସାମିଲ୍ ଥିଲେ। ସରକାର ଏଫସିଆରଏ ଲାଇସେନ୍ସ ରଦ୍ଦ କରିବାର ନୋଟିସ୍ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପରିଚାଳକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ଅଛନ୍ତି। ଏହାର ଟ୍ରଷ୍ଟି ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସଂଗଠନ ୧୯୯୧ରେ ସ୍ଥାପନ ହୋଇଥିଲା। ୨୦୨୦ ଜୁନରେ ବିଦେଶୀ ଫଣ୍ଡିଂକୁ ନେଇ ଫାଉଣ୍ଡେସନ ଉପରେ ଅଭିଯୋଗ ଲଗାଇଥିଲା। ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିଲେ ଯେ, ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଫଣ୍ଡିଙ୍ଗ କରୁଛି। ଆଇନ କହୁଛି କୌଣସି ବି ପାର୍ଟି ସରକାରଙ୍କ ବିନା ଅନୁମତିରେ ବିଦେଶରୁ ଅର୍ଥ ନେଇ ପାରିବେ ନାହିଁ। କଂଗ୍ରେସ ସ୍ପଷ୍ଟ କରୁ ଯେ, ଏହି ଡୋନେସନ ପାଇଁ କଣ କଂଗ୍ରେସ ସରକାରଙ୍କ ମଞ୍ଜୁରୀ ନେଇଥିଲା ?

ରାଜୀବ ଗାନ୍ଧୀ ଫାଉଣ୍ଡେସନର ସ୍ଥାପନା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭିଜନ ପୂରା କରିବା ପାଇଁ ସ୍ଥାପନ କରାଯାଇଥିଲା। ଫାଉଣ୍ଡେସନର ଅଫିସିଆଲ ଓ୍ଵେବସାଇଟ୍ rgfindia.orgରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯୯୧ରୁ ୨୦୦୯ ପର୍ଯ୍ୟନ୍ତ ଫାଉଣ୍ଡେସନ ସ୍ଵାସ୍ଥ୍ୟ, ସାକ୍ଷରତା, ସ୍ଵାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଦୌଗିକି, ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତିରାଜ ସଂସ୍ଥା, ପ୍ରାକୃତିକ ସମ୍ବଳ ଏବଂ ପୁସ୍ତକାଳୟ ସମେତ ଅନେକ କ୍ଷେତ୍ରରେ କାମ କରିଛି।

Get real time updates directly on you device, subscribe now.