fbpx

ସରକାରୀ ହସ୍ପିଟାଲରେ Expiry ସାଲାଇନ୍: ରୋଗୀଙ୍କ ଜୀବନ ସହ ଖେଳ, ଦେଖନ୍ତୁ ଭିଡିଓ

ବାରିପଦା(ଓଡ଼ିଶା ଭାସ୍କର): ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ବୋଲି ବିବେଚନା କରାଯାଏ । ସାମାନ୍ୟ କିଛି ରୋଗ ହେଲେ ସମସ୍ତେ ଡାକ୍ତରଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ହୋସ ଉଡିଯିବ । ସରକାରୀ ଡାକ୍ତରଖାନାରେ ଏକ୍ସପାୟରୀ ସାଲାଇନ୍ ।ଏପରିକି ରୋଗୀଙ୍କ ଠାରେ ଲଗାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ଡାକ୍ତର । ତେବେ ଆଶା କର୍ମୀଙ୍କ ନଜରରେ ପଡିବାରୁ ଏହି ଅଘଟଣ ଏଡେଇ ହୋଇଯାଇଛି । ଏହି ଘଟଣାଟି ଘଟିଛି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ।

ପିଆରଏମ୍ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏମିତି ଅବ୍ୟବସ୍ଥା ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳର ରାଜଲିନ ମହାନ୍ତ ନାମ୍ନୀ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଏକ୍ସପାୟରୀ ସାଲାଇନ ଲଗାଇବାକୁ ଦିଆଯାଇଥିଲା । ତେବେ ସୌଭାଗ୍ୟ ବଶତଃ ଏହା ଆଶା କର୍ମୀଙ୍କ ନଜରରେ ପଡିଥିଲା । ଭିଡିଓ…

Get real time updates directly on you device, subscribe now.