ଚୀନ୍‌ର HMPV ଭୂତାଣୁକୁ ନେଇ ଚିନ୍ତିତ ନ ହେବାକୁ କେନ୍ଦ୍ରର ପରାମର୍ଶ

HMPV ଭୂତାଣୁକୁ ନେଇ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ। ଭୟଭୀତ ହେଲା ଭଳି କିଛି ନାହିଁ କହିଲା ମହାନିର୍ଦ୍ଦେଶାଳୟ। 'ଭାରତରେ ଏଯାବତ୍ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ଅନ୍ୟ ସାଧାରଣ ଭୂତାଣୁ ଭଳି ଏହା ମଧ୍ୟ ସାମାନ୍ୟ ଥଣ୍ଡାର କାରଣ ସାଜେ।'

ନୂଆଦିଲ୍ଲୀ: ଚୀନ୍‌ର HMPV ଭୂତାଣୁକୁ ନେଇ କେନ୍ଦ୍ରର ପରାମର୍ଶ । ଚିନ୍ତିତ ନ ହେବାକୁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ । ଭୟଭୀତ ହେଲା ଭଳି କିଛି ନାହିଁ କହିଲା ମହାନିର୍ଦ୍ଦେଶାଳୟ ।

‘ଭାରତରେ ଏଯାବତ୍ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଅନ୍ୟ ସାଧାରଣ ଭୂତାଣୁ ଭଳି ଏହା ମଧ୍ୟ ସାମାନ୍ୟ ଥଣ୍ଡାର କାରଣ ସାଜେ।’

କରୋନା ଭଳି ଭୟଙ୍କର ମହାମାରୀର ପ୍ରକୋପକୁ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ ବିଶ୍ୱ । ସେପଟେ ଚୀନରେ ଆଉ ଏକ ବିପଜ୍ଜନକ ଭୂତାଣୁ ପ୍ରବେଶ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜିକାଲି ଚୀନରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି)ର ପ୍ରକୋପ ଦେଖିବାକୁ ମିଳୁଛି । କୁହାଯାଉଛି ଯେ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରୁଛନ୍ତି ।

ଏଭଳି ସ୍ଥିତିରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ସତର୍କ ହୋଇପଡ଼ିଛି । ଏହା ଦେଶରେ ଶ୍ୱାସକ୍ରିୟା ଏବଂ ଋତୁକାଳୀନ ଇନଫ୍ଲୁଏଞ୍ଜା ମାମଲା ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଅନ୍ତର୍ଜାତୀୟ ଏଜେନ୍ସିସହିତ ଯୋଗାଯୋଗରେ ରହିଛି ।

ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବୁ ବୋଲି ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ‘

କେଉଁମାନେ ଅଧିକ ବିପଦର ସମ୍ମୁଖୀନ ହେବେ: ସେ କହିଛନ୍ତି ଯେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ ଏବଂ ବୟସ୍କ ଲୋକମାନେ ମେଟାପ୍ୟୁମୋଭାଇରସ୍ କାରଣରୁ ଗୁରୁତର ରୋଗର ଅଧିକ ଆଶଙ୍କା ରହିପାରନ୍ତି ।