fbpx

ଗୁଗୁଲ ପେ ଆପଣାଇଲା UPI Circle ଫିଚର: ଏବେ ଗୋଟିଏ ଆକାଉଣ୍ଟରୁ ୫ ୟୁଜର କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆୟୋଜିତ ଗ୍ଲୋବାଲ୍ ଫିଣ୍ଟେକ୍ ଫେଷ୍ଟ ୨୦୨୪ ରେ ୟୁପିଆଇ ସର୍କଲ ଫିଚର୍ସକୁ ଲଞ୍ଚ କରାଯାଇଛି । ଏହି ଫିଚର୍ସ ମାଧ୍ୟମରେ, ବର୍ତ୍ତମାନ ଯେଉଁ ଉପଭୋକ୍ତାଙ୍କର ବ୍ୟାଙ୍କ ଆକାଉଣ୍ଟ ୟୁପିଆଇସହିତ ଲିଙ୍କ୍ ହୋଇନାହିଁ, ସେମାନେ ୟୁପିଆଇ ପେମେଣ୍ଟ କରିପାରିବେ ।

ତେବେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ୟୁପିଆଇର ଏହି ଫିଚର୍ସ ଆରମ୍ଭ ହୋଇଛି । ଏହି ଫିଚର୍ସରେ ପାଞ୍ଚ ଜଣ ଲୋକ ଗୋଟିଏ ୟୁପିଆଇ ଆକାଉଣ୍ଟରୁ ପେମେଣ୍ଟ କରିପାରିବେ । ଯଦି ଆପଣ ୟୁପିଆଇ ପେମେଣ୍ଟ ପାଇଁ ଗୁଗୁଲ୍ ପେ ଆପ୍ ବ୍ୟବହାର କରନ୍ତି, ତେବେ ବର୍ତ୍ତମାନ ଜିପେ ରେ ମଧ୍ୟ ୟୁପିଆଇ ସର୍କଲ ଫିଚର୍ସ ରହିଛି ।

ନିକଟରେ ଗୁଗୁଲ୍ ପେ ନୂଆ ଫିଚର୍ସ ଲଞ୍ଚ କରିଛି । ବର୍ତ୍ତମାନ ଏହି ନୂଆ ଫିଚର୍ସଗୁଡିକ ମାଧ୍ୟମରେ ୟୁପିଆଇ ପେମେଣ୍ଟ ଅତି ସହଜ ହୋଇଛି ।

ଏହି ସୁବିଧା ସାହାଯ୍ୟରେ ଆପଣଙ୍କୁ ପେମେଣ୍ଟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମିଳିଥାଏ । ଏଥିରେ ଆପଣ ପ୍ରତି ପୈଠ ପାଇଁ ନିଜେ ମଞ୍ଜୁରି ଦେଇପାରିବେ । ଏହାକୁ ଚାଲୁ କରିବା ପାଇଁ ଆପଣଙ୍କ ପାଖରେ ଗୁଗଲ ପେ ୟୁପିଆଇ ଆକାଉଣ୍ଟ ଥିବା ଉଚିତ୍ । ଆପଣ ଯେଉଁ ବ୍ୟକ୍ତିଙ୍କୁ ପେମେଣ୍ଟ କରିବା ପାଇଁ ଅନୁମତି ଦେବାକୁ ଚାହୁଁଛନ୍ତି ତାଙ୍କ ପାଖରେ ମଧ୍ୟ ୟୁପିଆଇ ଆଇଡି ଥିବା ଉଚିତ୍ । ଉଭୟ ଫୋନରେ ଗୁଗଲ ପେ ଆପ୍ ଥିବା ଉଚିତ୍ ।

ଯେଉଁ ବ୍ୟକ୍ତିଙ୍କୁ ଆପଣ ପୈଠ କରିବାକୁ ଅନୁମତି ଦେଉଛନ୍ତି ତାଙ୍କୁ କ୍ୟୁଆର ସ୍କାନ୍ କରି ପେମେଣ୍ଟର ସୂଚନା ଭରିବାକୁ ହେବ । ଯଦି ଆପଣ ପ୍ରତି ଥର ଅନୁମତି ବିଶିଷ୍ଟ ବିକଳ୍ପ ଚୟନ କରିବେ ତେବେ ପୈଠ କରିବା ପୂର୍ବରୁ ଆପଣଙ୍କୁ ତାକୁ ଆପ୍ରୁଭ୍ କରିବାକୁ ହେବ । ସମ୍ପୂର୍ଣ୍ଣ ଅନୁମତି ବିଶିଷ୍ଟ ବିକଳ୍ପରେ ପ୍ରତି ମାସରେ ୧୫ ହଜାର ପର୍ଯ୍ୟନ୍ତ ପୈଠ ପାଇଁ ଅନୁମତି ଦରକାର ପଡିବନି ।

Get real time updates directly on you device, subscribe now.