ଯୋଡ଼ା: ଯୋଡ଼ାରେ ସକାଳୁ ସକାଳୁ ବ୍ୟାଙ୍କ ଲୁଟ । ବ୍ୟାଙ୍କ ଖୋଲୁ ଖୋଲୁ ପଶିଲେ ଲୁଟେରା ।
ଯୋଡ଼ାସ୍ଥିତ ବୈତରଣୀ ଗ୍ରାମ୍ୟବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି । ୫ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କରେ ବଲାଇଛନ୍ତି କଳାନା ।
ଟଙ୍କା ସମେତ ସୁନା ଗହଣା ସବୁ ଲୁଟି ନେଇଥିବା ସୂଚନା । ଦୁର୍ବୃତ୍ତଙ୍କ ହାତରେ ଧାରୁଆ ଅସ୍ତ୍ର ସାଙ୍ଗକୁ ବନ୍ଧୁକ ଥିବା କୁହାଯାଉଛି ।
ଲୁଟର ସୂଚନା ପାଇ ବୈତରଣୀ ବ୍ୟାଙ୍କରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।